ରସିକିଆ ସ୍ୱାମୀଙ୍କୁ ନିସ୍ତୁକ ପିଟିଲେ ସ୍ତ୍ରୀ ! କାରଣ ଜାଣିଲେ ଆଶ୍ଚଯ୍ୟ ହେବେ

33

ପୂର୍ବରୁ ୩ ଥର ବିବାହ କରି ସାରିଥିବା ଜଣେ କୋଚିଙ୍ଗ ସେଣ୍ଟର ପରିଚାଳକଙ୍କୁ ଚତୁର୍ଥ ଥର ବିବାହ କରିବା କଥା ଭାବିବା ପଡ଼ିଛି ମହଙ୍ଗା । ତୃତୀୟ ସ୍ତ୍ରୀକୁ ପ୍ରତାରିତ କରି ଚତୁର୍ଥ ଥର ବିବାହ କରିବାକୁ ଯୋଜନା କରିବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ତୃତୀୟ ସ୍ତ୍ରୀ । ନିଜ ପ୍ରେମିକାକୁ ଚତୁର୍ଥ ବିବାହ କରିବା ପାଇଁ ଅଭିଯୁକ୍ତ ଆମିର ହାସମୀ ମଙ୍ଗଳବାର ନିଜର ତୃତୀୟ ସ୍ତ୍ରୀ ଶବନମ୍ ପରବିନଙ୍କୁ ମାଡ଼ ମାରିଥିଲେ । ଆମିରଙ୍କ ଠାରୁ ମାଡ଼ ଖାଇବା ପରେ ଶବନମ ଚୁପ ନ ବସି ନିଜ ସଂପର୍କିୟଙ୍କୁ ଏ ବିଷୟରେ ଜଣାଇଥିଲେ । ପରେ ସେ ନିଜ ସଂପର୍କିୟଙ୍କ ସହ ମିଶି ଆମିରଙ୍କ କୋଚିଙ୍ଗ ସେଣ୍ଟରକୁ ଯିବା ସହ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ।

ଏ ଘଟଣା ବିଷୟରେ ଜାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଆମିରଙ୍କୁ ଗିରଫ କରି ପୁଲିସ ଷ୍ଟେସନ ନେଇଥିଲେ । ଘଟଣା ବିଷୟରେ ଶବନମଙ୍କୁ ପଚରାଯିବା ପରେ ସେ କହିଥିଲେ କି ମାର୍ଚ୍ଚ ୧୩,୨୦୧୮ରେ ଆମର ବିବାହ ହୋଇଥିଲା । ସେ ସମୟରେ ଆମିର ଦୁଇ ଥର ବିବାହ କରି ସାରିଛନ୍ତି ବୋଲି ମୁଁ ଜାଣି ନଥିଲି । ପରେ ଜାଣିବା ପରେ ମୁଁ କିଛି ନ କହି ଚୁପ୍ ରହିଥିଲି । କିନ୍ତୁ ଆମ ବିବାହର କିଛି ଦିନ ପରେ ସେ ଅନ୍ୟ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବା ଆରମ୍ଭ କରିଥିଲେ । ଏହା ସହ ଚତୁର୍ଥ ବିବାହ ମଧ୍ୟ କରିବେ ବୋଲି ଭାବିଥିଲେ । ଯାହା ବିଷୟରେ ମୁଁ ଜାଣି ଏଭଳି ପଦକ୍ଷପ ନେଇଥିଲି ବୋଲି ଶବନମ୍ କହିଥିଲେ ।