ରାଜଧାନୀରେ ପାଳିତ ହୋଇଯାଇଛି ତୃତୀୟ ପଥ ଉତ୍ସବ

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମେୟରଙ୍କୁ ବି ଘାରିଲା ଅଣ୍ଡା ଭୟ । ମେୟରଙ୍କ ଭାଇରାଲ ଭିଡିଓ ପ୍ରଦର୍ଶିତ ହେଲା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମେୟରଙ୍କୁ ବିକ୍ଷୋଭ କରାଯାଇଥିଲା । ଏହାପରେ ଆଜି ତୃତୀୟ ପଥ ଉତ୍ସବରେ ମେୟରଙ୍କ ପ୍ରତି ଭୟ ଦେଖିବାକୁ ମିଳିଥିଲା । କିଛି ସଂଗଠନ ପକ୍ଷରୁ ମେୟରଙ୍କୁ ଅଣ୍ଡାମାଡ କରାଯିବ ବୋଲି ଗୁଜବ ଉଠିବା ପରେ ମେୟରଙ୍କ ସୁରକ୍ଷା ବଢିଥିବାର ଲକ୍ଷ କରାଯାଇଥିଲା । ସୁରକ୍ଷା ବଳୟ ମଧ୍ୟରେ ପୁଲିସ କର୍ମୀଙ୍କ ସଂଖ୍ୟା ଯଦିଓ କମ ଥିଲା ସ୍ଥାନୀୟ କର୍ପୋରେଟର ଓ ମେୟରଙ୍କ ଶୁଭେଚ୍ଛୁଙ୍କ ସଂଖ୍ୟା ଢେର ଅଧିକ ଥିଲା ।

ଏହି ସୁରକ୍ଷା ବଳୟ ପଥ ଉତ୍ସବ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା । ମେୟର କ୍ରିକେଟ ଖେଳିବା ହେଉ ଅବା ସ୍ଥାନୀୟବାସିନ୍ଦାଙ୍କ ସହ କଥା ହେବା ସମୟରେ ମେୟରଙ୍କୁ ସୁରକ୍ଷା ଦିଆଯାଉଥିବାର ଦେଖିବାକୁ ମିଳିଥିଲା । ଅନ୍ୟପଟେ ରାଜଧାନୀ ରାଜରାସ୍ତାରେ ଚଳିତବର୍ଷ ତୃତୀୟ ଥର ପାଇଁ ପାଳିତ ହୋଇଯାଇଛି ପଥ ଉତ୍ସବ । ପ୍ରଥମଥର ଲାଗି ପଥ ଉତ୍ସବରେ ଦେଖିବାକୁ ମିଳିଥଲା ପାଲା । ଯାହା ଆଧୁନିକତାରେ ଓଡିଶାର ପାରମ୍ପରିକ କଳାକୁ ପ୍ରଦର୍ଶିତ କରିଥିଲା । ଏବଂ ଏହାକୁ ଲୋକମାନେ ମନଭରି ଉପଭୋଗ କରୁଥିଲେ । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :