କର ବା ମର ଲଢେଇ! ବିଶାଖପାଟଣାରେ ଭାରତ-ଶ୍ରୀଲଙ୍କା ତୃତୀୟ ଦିିନିକିଆ, ସିରିଜ ହାତେଇବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ

26

କନକ ବ୍ୟୁରୋ : ଆଜି ଶେଷ ଦିନିକିଆ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି ବିଶାଖପାଟଣା ଠାରେ ଦିନିକିଆ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜତିି ବରାବର ସ୍ଥିତିରେ ଥିବାରୁ ଆଜି ଯେଉଁ ଦଳ ବିଜୟୀ ହେବ ସେହିଦଳ ସିରିଜ ହାତେଇବ ।ଏହା ପୂର୍ବରୁ ଦ୍ୱିତୀୟ ଦିନିକିଆରେ ଭାରତର ଦମଦାର ବିଜୟ ଖେଳାଳିଙ୍କ ମନୋବଳ ବୃଦ୍ଧି କରିଛି । ଏହାସହ ଅଧିନାୟକ ରୋହିତ ଶର୍ମା ଏବେ ସିଂହଳୀ ଟିମ୍ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ଦ୍ୱିତୀୟ ଦିନିକିଆରେ ରୋହିତଙ୍କ ଧୂଆଁଧାର ବ୍ୟାଟିଂ ଆଗରେ ମୁଣ୍ଡ ନୁଆଁଇଥିଲା ଶ୍ରୀଲାଙ୍କା ଟିମ । ଏପରିକି ଦିିନିକିଆରେ ତୃତୀୟ ଦ୍ୱିଶତକ ହାସଲ କରି ରେକର୍ଡ କରିଥିଲେ ହିଟମ୍ୟାନ । ରୋହିତଙ୍କ ଫର୍ମକୁ ଫେରିବା ଶ୍ରୀଲଙ୍କା ଟିମ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

rohit-sharma-afp_806x605_81513154909ଏସିଏ-ଭିଡିସିଏ ଷ୍ଟାଡିୟମରେ ଭାରତର ପଲା ଭାରି ରହିଛି । ଟିମ ଇଣ୍ଡିଆ ଏଠାରେ ୭ଟି ମ୍ୟାଚ ଖେଳିଥିବା ବେଳେ ମାତ୍ର ଗୋଟିଏ ମ୍ୟାଚରେ ପରାସ୍ତ ହୋଇଛି ଦଳ । ସେପଟେ ସିଂହଳି ଦଳ ମଧ୍ୟ ସିରିଜ ବିଜୟୀ ହେବା ଲକ୍ଷ୍ୟ ରଖିଛି । ଗତ ମ୍ୟାଚରେ ଆଂଜେଲୋ ମାଥ୍ୟୁସ ଶତକ ସହ ଫର୍ମକୁ ଫେରିବା ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । ଆଜିର ମ୍ୟାଚ ୨୦୧୭ ବର୍ଷର ଅନ୍ତିମ ଦିନିକିଆ ମ୍ୟାଚ ହୋଇଥିବା ବେଳେ ମ୍ୟାଚ ଜିତି ସିରିଜ ହାତେଇବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଟେଷ୍ଟ ସିରିଜରେ ଶ୍ରୀଲଙ୍କାକୁ ଧୂଳି ଚଟାଇ ସିରିଜ ହାତେଇଥିବା ଭାରତ ଶେଷ ଦିନିକିଆ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ।