କିନ୍ନର

43

ପରମ୍ପରାଗତ ଭାବରେ ଆମ ମାନସିକତା ସୀମିତ ହୋଇଯାଇଛି  । ମଣିଷ ସାଧାରଣତଃ ଦୁଇ ପ୍ରକାର, ସ୍ତ୍ରୀ ଓ ପୁରୁଷ  । କିନ୍ତୁ ସ୍ତ୍ରୀ ଓ ପୁରୁଷ ବ୍ୟତୀତ ଯେ ଆଉ କୋଟିଏ ବର୍ଗ ଅଛି ସେ କଥାକୁ ଆମେ ସହଜରେ ଗ୍ରହଣ କରିପାରି ନଥାଉ  । ଯଦିଓ ବହୁ ତର୍କ, ବିତର୍କ, ବାଦ ଓ ବିବାଦ ପରେ ଆଇନ୍ ଏହି ସତ୍ୟକୁ ସ୍ୱୀକୃତି ଦେଇ ସାରିଛି ତଥାପି ସାମାଜିକ ସ୍ତରରେ ଏବଂ ଆମ ମାନସିକତାରେ କୌଣସି ପରିବର୍ତନ ହୋଇନାହିଁ । ସେଥିପାଇଁ ଆଜି ସେମାନେ ଦଳିତ, ନିଷ୍ପେସିତ ଓ ଅବହେଳିତ  । ତଥାପି ସମାଜରେ ନିଜର ପରିଚୟ ଓ ଅଧିକାର ପାଇଁ ସେମାନେ ନିଜର ଲଢେଇ ଜାରି ରଖିଛନ୍ତି  । ଚାଲନ୍ତୁ ଏହି କିନ୍ନରଙ୍କ ଜୀବନର ଛବି ଆଜି ଆଙ୍କିବା ଜୀବନର କାନଭାସରେ  ।