ନୟାଗଡ ଥାନାରେ ମହିଳାଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ

37

ନୟାଗଡ : ଥାନାରେ ମହିଳାଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ଜଣେ ମହିଳା ଏସଆଇଙ୍କ ମାଡରେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ନୟାଗଡ ଶରଣକୁଳ ଥାନା ଶିଖରପୁର ଗାଁର ସୀତା ଜେନା ।

ସୂଚନା ଅନୁସାରେ ସୀତାଙ୍କୁ ତାଙ୍କ ବୋହୁଙ୍କ ଛାଡପତ୍ର ମାମଲାରେ ପୋଲିସ ଥାନାକୁ ଡକାଇଥିଲା । ତେବେ ଥାନାରେ କୌଣସି ବୁଝାମଣା ପାଇଁ ରାଜି ନଥିବା ଭିକାରୀ ଓ ତାଙ୍କ ସ୍ତ୍ରୀ ସୀତା କୋର୍ଟରେ ମାମଲାର ସମାଧାନ ପାଇଁ ଅଡି ବସିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସଂପୃକ୍ତ ଏସଆଇ ବିଦିତା ନାୟକ ମହିଳାଙ୍କୁ ଆକ୍ରମଣ କରିଥିଲେ ।

ତେବେ ମାଡରେ ଗୁରୁତର ହୋଇ ପଡିଥିବା ସୀତାଙ୍କୁ ପୋଲିସ ପ୍ରଥମେ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ସେପଟେ ଅଭିଯୋଗ ପାଇବା ପରେ ଏସପିଙ୍କ ନିର୍ଦେଶରେ ତୁରନ୍ତ ମାମଲାର ତଦନ୍ତ କରିଛନ୍ତି ଅତିରିକ୍ତ ଏସପି ।