ବଜେଟ ଅଧିବେଶନର ତୃତୀୟ ଦିନରେ ସ୍ୱାଭାବିକ ହୋଇଛି ବିଧାନସଭା : ଆଜି ଆଲୋଚନା ହେବ କଂଗ୍ରେସର ମୁଲତବୀ ନୋଟିସ, ଚାଷ ଓ ଚାଷୀ ନେଇ ଆଲୋଚନା

30

କନକ ବ୍ୟୁରୋ : ବଜେଟ ଅଧିବେଶନର ତୃତୀୟ ଦିନରେ ସ୍ୱାଭାବିକ ହୋଇଛି ବିଧାନସଭା । ଦୁଇ ଦିନ ଧରି ବିରୋଧୀଙ୍କ ହଟ୍ଟଗୋଳ ଓ କକ୍ଷତ୍ୟାଗ ଭିତରେ ଗୃହକାର୍ଯ୍ୟ ଚାଲିପାରି ନଥିଲା । ତେବେ ଆଜି ଗତକାଲି ବିରୋଧୀ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବର ଆଲୋଚନା ହେଉଛି । ଅସହାୟ ଓ ଦୁର୍ଦ୍ଦିନରେ ରାଜ୍ୟର ଚାଷୀ, ଉଦାସୀନ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଶୀର୍ଷକରେ ଏହି ମୁଲତବୀ ପ୍ରସ୍ତାବ ଆଣିଛନ୍ତି । ଏହାକୁ ଭତ୍ତିିହୀନ ବୋଲି କହିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ । ଓଡିଶା ୪ ଥର କୃଷି କର୍ମଣ ପୁରସ୍କାର ପାଇଥିବା ବେଳେ ଏପରି ଅଭିଯୋଗର କୌଣସି ଅର୍ଥ ନାହିି ବୋଲି କହିଛନ୍ତି ମନ୍ତ୍ରୀ ।