ଟଏଲେଟ ଠାରୁ ଅଧିକ ମଇଳା ଆପଣ ବ୍ୟବହାର କରୁଥିବା ଏହି ସବୁ ଜିନିଷ ।

ଶୌଚାଳୟରେ ବ୍ୟବହାର କରାଯାଉଥିବା ପ୍ୟାନକୁ ଲୋକମାନେ ସାଧାରଣତଃ ସବୁଠାରୁ ଅପରିଷ୍କାର ବୋଲି ଭାବନ୍ତି ।

122

ଶୌଚାଳୟରେ ବ୍ୟବହାର କରାଯାଉଥିବା ପ୍ୟାନକୁ ଲୋକମାନେ ସାଧାରଣତଃ ସବୁଠାରୁ ଅପରିଷ୍କାର ବୋଲି ଭାବନ୍ତି । ସେଥିରେ ଅଧିକ ବ୍ୟାକ୍ଟେରିଆ ଥାଏ ବୋଲି ଲୋକମାନଙ୍କ ଧାରଣା ରହିଛି । ଯାହାପାଇଁ ଲୋକମାନେ ପ୍ରତିଦିନ ଶୌଚାଳୟ ପ୍ୟାନକୁ ଭଲ ଭାବରେ ସଫା କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି? ଆପଣ ପ୍ରତିଦିନ ବ୍ୟବହାର କରୁଥିବା ଜିନିଷରେ ଶୌଚାଳୟ ପ୍ୟାନଠାରୁ ଅଧିକ ବ୍ୟାକ୍ଟେରିଆ ରହିଥାଏ । କିନ୍ତୁ ଆପଣମାନେ ତାହାକୁ ସଫା ନ କରି ବ୍ୟବହାର କରି ଚାଲିଥାନ୍ତି । ଆସନ୍ତୁ ଜାଣିବା ସେ ସବୁ ଜିନିଷ ବିଷୟରେଟ୍ଟ

୧. ପ୍ରାୟତଃ ଯୁବତୀମାନେ ମେକଅପ୍ କରି ସାରିବା ପରେ ମେକଅପ୍ ବ୍ରଶକୁ ସଫା ନ କରି ନିଜ ବ୍ୟାଗରେ ରଖି ଦେଇଥାନ୍ତି । ଯାହାଦ୍ୱାରା ବ୍ୟାକ୍ଟେରିଆ ମେକବ୍ରଶରେ ଲାଗି ରହି ଯାଇଥାଏ । ଏହାକୁ ପରେ ପୁଣି ଥରେ ବ୍ୟବହାର କରିବା ଦ୍ୱାରା ଏହା ପୁଣି ମୁହଁରେ ପହଞ୍ଚି ଯାଇଥାଏ । ଯାହାଦ୍ୱାରା ତ୍ୱଚା ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ତେଣୁ, ମେକଅପ୍ ବ୍ରଶକୁ ସଫା କରି ବ୍ୟବହାର କରନ୍ତୁ ।

୨. ଆପଣ ଘରକୁ ସଫା କରିବା ପାଇଁ ଝାଡ଼ୁର ବ୍ୟବହାର କରିଥାନ୍ତି । କିନ୍ତୁ ଏହା ଆପଣଙ୍କ ଘରକୁ ସଫା କରିବା ପରିବର୍ତ୍ତେ ଅପରିଷ୍କାର କରିଥାଏ । ଝାଡ଼ୁରେ ବ୍ୟାକ୍ଟେରିଆ ଲୁଚି ରହିଥାଏ । ଏହାକୁ ଘର ସଫାରେ ବ୍ୟବହାର କରିବା ଦ୍ୱାରା ବ୍ୟାକ୍ଟେରିଆ ଗୁଡ଼ିକ ଘରେ ପ୍ରସାରିତ ହୋଇ ଯାଇଥାଏ ।

୩. ସ୍ମାର୍ଟଫୋନର ବ୍ୟବହାର ଆପଣ ସାରାଦିନ କରିଥାନ୍ତି । କିଛି ଲୋକ ଏହାକୁ ଶୌଚାଳୟ ଯିବା ସମୟରେ ମଧ୍ୟ ବ୍ୟବହାର କରିଥାନ୍ତି । ଯାହାଦ୍ୱାରା ଶୌଚାଳୟର ବ୍ୟାକ୍ଟେରିଆ ଫୋନ ଉପରକୁ ଆସି ଯାଇଥାଏ । ସେହି ବ୍ୟାକ୍ଟେରିଆ ଯୁକ୍ତ ଫୋନକୁ ପୁଣି ଥରେ ବ୍ୟବହାର କଲେ ତାହା ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି କରିଥାଏ । ତେଣୁ ନିଜକୁ ସୁସ୍ତ ରଖିବା ପାଇଁ ହେଲେ ଏହି ସବୁ ଜିନିଷ ଉପରେ ନଜର ରଖିବାକୁ ପଡିଥାଏ ।