ଯାତ୍ରୀଙ୍କଠାରୁ ୫ଟି କଥା ଲୁଚାଇ ରଖିଥାନ୍ତି ଏୟାରହୋଷ୍ଟେସ । କାରଣ ଜାଣିଲେ ଆପଣ ବି ହୋଇଯିବେ ଚକିତ

50

ବିମାନରେ ଯାତ୍ରା କରିବା ଦ୍ୱାରା ନା ହିଁ କେବଳ ସୁବିଧା ମିଳିଥାଏ ବରଂ ଏଥିରେ ସମୟ ବି ବହୁମାତ୍ରାରେ ବଂଚାଯାଇଥାଏ । ଏଥିସହିତ ଯାତ୍ରୀମାନଙ୍କର ଆବଶ୍ୟକତା ଏବଂ ସମସ୍ୟାକୁ ବୁଝିବା ପାଇଁ ଫ୍ଲାଇଟରେ ଆଟେଣ୍ଡାନ୍ସ ମଧ୍ୟ ରହିଥାନ୍ତି । ଯାହାକି କୌଣସି ବସ୍ କିମ୍ବା ଟ୍ରେନରେ ଉପଲବ୍ଧ ନଥାଏ । ସେହିପରି ବିମାନ ସହ ଜଡିତ ସମସ୍ତ ସୂଚନା ଆପଣଙ୍କୁ ବିଭିନ୍ନ ବିମାନ କଂପାନୀର ୱେବସାଇଟରେ କିମ୍ବା ଫ୍ଲାଇଟ୍ ଆଟେଣ୍ଡାନ୍ସଙ୍କଠାରୁ ବି ମିଳିଯାଇଥାଏ । କିନ୍ତୁ କିଛି କଥା ଏଭଳି ବି ରହିଛି ଯାହାକି ଯାତ୍ରୀଙ୍କଠାରୁ ଲୁଚା ଯାଇଥାଏ ।

ଫ୍ଲାଇଟରେ କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇଗଲେ

ଯାତ୍ରା କାଳରେ ଯଦି କୌଣସି ଯାତ୍ରୀଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଏଁ ତେବେ ଫ୍ଲାଇଟରେ ଥିବା ଆଟେଣ୍ଡାନ୍ସମାନେ ତାଙ୍କର ପ୍ରାଥମିକ ଚିକିତ୍ସା କରିଥାନ୍ତି । ଏପରିକି ଆପଶ୍ୟକତା ପଡିଲେ କୌଣସି ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ ମଧ୍ୟ କରାଯାଇଥାଏ । ଏବଂ ତାଙ୍କ କଥାନୁସାରେ, ରୋଗୀଙ୍କୁ ଔଷଧ ପ୍ରଦାନ କରାଯାଇଥାଏ । ତେବେ ମାମଲା ଅଧିକ ଜଟିଳ ହୋଇଥିଲେ ଜୁରିରୀକାଳୀନ ଅବତରଣ ମଧ୍ୟ କରାଯାଇଥାଏ । କିନ୍ତୁ ଯଦି ଏସବୁ ଭିତରେ କୌଣସି ଯାତ୍ରୀଙ୍କୁ ମୃତ୍ୟୁ ହୋଇଯାଏ ତେବେ ଏସଂପର୍କରେ ଅନ୍ୟ କୌଣସି ଯାତ୍ରୀଙ୍କୁ ଜଣାଯାଇନଥାଏ । ନା ହିଁ ଶବକୁ ସେଠାରୁ ହଟାଇ ଦିଆଯାଇଥାଏ । ମୃତଦେହକୁ ଖାଲି ଏକ ଧଳା ଚାଦରରେ ଘୋଡାଇ ଦିଆଯାଇଥାଏ ।

ଯାତ୍ରୀଙ୍କ ଲଗେଜ ସହିତ ମୃତଦେହ ବି ଯାଇପାରିବ

ଫ୍ଲାଇଟର କାର୍ଗୋରେ କେବଳ ଯାତ୍ରୀମାନଙ୍କର ଲଗେଜ ହିଁ ନୁହେଁ ବରଂ ଅନେକ ସାରା ଜିନିଷ ମଧ୍ୟ ନେଇ ଟ୍ରାନ୍ସପୋର୍ଟ କରାଯ୍ଧବପାରିବ । ସମ୍ଭବତଃ ଯେଉଁ ସ୍ଥାନରେ ଆପଣଙ୍କ ଲଗେଜ ରଖାଯାଇଥିବ ତା ପାଖରେ ମୃତଦେହ ବି ନିଆଯାଇପାରିବ । ଆଉ ଏସଂପର୍କରେ ଆପଣ ଟିକିଏ ବି ଜାଣିପାରିବେ ନାହିଁ ।ମୃତ ଦେହକୁ ଏଚଆର ଅଙ୍କିତ କରାଯାଇଥାଏ । ଯାହାର ଅର୍ଥ ହେଲା ହ୍ୟୁମାନ୍ ରିସୋର୍ସ ।

ପରିଷ୍କାର ପରିଚ୍ଛନ୍ନତା

ଗୋଟିଏ ପ୍ଲେନ ସାରା ଦେଶରେ ବହୁ ବାର ଉଡାଣ ଭରି ଥାଏ । ଯେତେବେଳେ ବି ଗୋଟିଏ ଯାତ୍ରା ଶେଷ ହୋଇଥାଏ , ଏହାର ସଫେଇ କରାଯାଇଥାଏ । କିନ୍ତୁ ଏହା ଜରୁରୀ ନୁହେଁ କି ସମସ୍ତ ଟେବୁଲଗୁଡିକୁ ଡିସଇନଫେକ୍ଟ କରାଯାଇଥିବ । ଅଧିକାଂଶ ସମୟରେ ଗୋଟିଏ କପଡାରେ ସାରାଦିନ ଟେବୁଲ୍ ସଫା କରାଯାଇଥାଏ । କିନ୍ତୁ କୌଣସି ଶିଶୁର ଖରାପ ଡାଇପର ମଧ୍ୟ ଏହି ଖରାପ କପଡାରେ ସଫା କରାଯାଇଥାଏ ।

ଚାଦର ଏବଂ ଟ୍ରେ ଫ୍ରେସ ହୋଇନଥାଏ

ଯଦିଓ ଗୋଟିଏ ବିମାନ ସାରାଦିନ ବହୁବାର ଉଡାଣ ଭରିଥାଏ ମାତ୍ର ଏହା ଜରୁରୀ ନୁହେଁ କି ପ୍ରତ୍ୟେକ ଥର ନୂଆ ନୂଆ ତଥା ଫ୍ରେସ ଚାଦର ଏବଂ ଖାଦ୍ୟ ସର୍ଭ କରାଯାଉଥିବା ଟ୍ରେର ବ୍ୟବହାର କରାଯାଉଥିବ । ଯେତେବେଳେ ବି ଗୋଟିଏ ଯାତ୍ରା ଶେଷ ହୋଇଥାଏ ଏବଂ ପ୍ଲେନକୁ ପରବର୍ତ୍ତୀ ଯାତ୍ରା ପାଇଁ ପ୍ରସ୍ତୁତ କରାଯାଇଥାଏ । ତେବେ ଏଭଳି ପରିସ୍ଥିତିରେ ଅନୁମାନ କରାଯାଇପାରି କି ବ୍ୟବହାର କରାଯାଉଥିବା ଚାଦର ଏବଂ ଟ୍ରେ ଫ୍ରେସ୍ କି ନୁହେଁ ।

ଡିମ ଲାଇଟ

ଯଦି ରାତ୍ରି ସମୟରେ ପ୍ଲେନକୁ ଲ୍ୟାଣ୍ଡ କରାଯାଏ ତେବେ ପ୍ଲେନ ଭିତରେ ଲଗାଯାଇଥିବା ଲାଇଟକୁ ଡିମ୍ ତଥା କମ୍ କରିଦିଆଯାଇଥାଏ । କାରଣ, ଅନ୍ଧାରରେ ବାହାରିବାକୁ ଯାତ୍ରୀମାନଙ୍କୁ କୌଣସି ଅସୁବିଧାର ସାମ୍ନା କରିବାକୁ ପଡିପାରେ ।