ଗୁଗଲ ମ୍ୟାପର ସହାୟତାରେ ଲୁଟିନେଲେ ୯ଟି ମନ୍ଦିର, ପୁଣି ଗୁଗଲ ମ୍ୟାପ ଯୋଗେ ପୁଲିସ ହାତରେ ଧରାପଡିଲେ ଚୋର

120

ଟେକନୋଲୋଜି ଦ୍ୱାରା କିଛି ବି ଅସମ୍ଭବ ନୁହେଁ । କାହିଁକିନା ଏବେ ଚୋର ବି ଚୋରି କରିବା ପାଇଁ ଗୁଗଲ ମ୍ୟାପର ବ୍ୟବହାର କରିଲେଣି । ମାମଲା କର୍ଣ୍ଣାଟକର, ଯେଉଁଠି ୫ଜଣ ଚୋର ମିଶି ୯ଟି ମନ୍ଦିର ଲୁଟିନେଲେ । ଗୁଗଲ ମ୍ୟାପର ସାହାରା ନେଇ ସେମାନେ ମନ୍ଦିର ଭିତରର ସମସ୍ତ ଦ୍ୱାର ଓ ନକ୍ସାକୁ ଭଲ ଭାବରେ ସ୍କାନ୍ କରିନେଲେ ଓ ପୁଣି ଏହି କାଣ୍ଡ ଘଟାଇଲେ । ଯେଉଁଭଳି ଗୁଗଲ ମ୍ୟାପର ବ୍ୟବହାରରେ ଲୋକ ରାସ୍ତା ଚିହ୍ନନ୍ତି । ଠିକ୍ ସେହିଭଳି ଚୋର ଲକ୍ଷ ଲକ୍ଷ ଟଙ୍କାର ଚୋରି କରିନେଇଛନ୍ତି ।

ଏହି ୫ଜଣ ଚୋର ବର୍ଷ ୨୦୧୮ର ସେପ୍ଟେମ୍ବର ମାସରେ ଧରାପଡିଛନ୍ତି । ସମସ୍ତେ ମିଶି ଦୂର ଦୂରାନ୍ତର ନିଛାଟିଆ ସ୍ଥାନରେ ଥିବା ମନ୍ଦିରକୁ ଲୁଟିବାର ଯୋଜନା କଲେ । ଏହି ଯୋଜନାକୁ ସଫଳ କରିବା ପାଇଁ ସେ ଗୁଗଲ ମ୍ୟାପର ବ୍ୟବହାର କଲେ । ଏହାର ସହାୟତାରେ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଏହି ଚୋରମାନେ ୯ଟି ମନ୍ଦିରରୁ ଲକ୍ଷ ଲକ୍ଷ ଟଙ୍କା ଚୋରି କରିନେଲେ । କିନ୍ତୁ କେବଳ ଏହି ଚୋର ହିଁ ନୁହଁନ୍ତି ବରଂ ପୁଲିସ ମଧ୍ୟ ଟେକନୋଲୋଜିର ବ୍ୟବହାରରେ ଏକ ନମ୍ବର । ମନ୍ଦିରକୁ ଲୁଟିଥିବା ଏହି ଲୋକଙ୍କୁ ଧରିବା ପାଇଁ ପୁଲିସ ମଧ୍ୟ ଗୁଗଲ ମ୍ୟାପର ସହାୟତା ନେଲା ।