ଅଜବ ଚୋର ! କାର୍ ନେଇ ଛୁ , ହେଲେ ଦେଇଗଲେ ଇନ୍ସୁରାନ୍ସ ପେପର

79

ଅମୃତସର : ଆପଣ କେବେ ଶୁଣିଛନ୍ତି କି ? ଚୋର ଚୋରି କଲାପରେ କିଛି ଭଲ ବି ଚିନ୍ତା କରି ଥାଏ ଯେଉଁ ଲୋକର ଚୋରି କରିଥାଏ । ତାର କିଛି ସୁବିଧା ପାଇଁ ଉପଦେଶ ଦେଇଯାଏ । କିନ୍ତୁ ଏମିତି ଏକ ଘଟଣା ଘଟିଛି ପଂଜାବର ଅମୃତସରରେ । ଚୋରଙ୍କର ବି ଭଲଗୁଣ ଅଛି ଏମତି ଏକ ଖବର ନବଭାରତ ଟାଇମ୍ସରେ ପ୍ରକାଶିତ ହୋଇଛି । ବନ୍ଧୁକ ଦେଖାଇ କାର ଲୁଟି ନେବା ପରେ ଚୋରମାନେ କାର୍ ମାଲିକଙ୍କ ଗାଡି ରେଜିଷ୍ଟ୍ରେସନ ଓ ଇନ୍ସୁରାନ୍ସ କାଗଜ ଫେରେଇ ଦେଇଥିଲେ । ଯେଉଁଥିରେ ସେ ଗାଡିର ଇନ୍ସୁରାନ୍ସ ଅର୍ଥ ପାଇପାରିବେ ।

ଅମୃତସରରେ ଏହି ଘଟଣା ରାଜ୍ୟ ସରକାରଙ୍କର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ଘର ନିକଟରେ ଘଟିଛି । ପୀଡିତ ପଟବିନ୍ଦର ସିଂହ ଅମୃତସରରେ ରେଷ୍ଟ୍ରୁରାଂଟ ଚଳାନ୍ତି । ସେ ନିଜର ପତ୍ନୀଙ୍କୁ ହଲ୍ ଗେଟକୁ ଛାଡିବାକୁ ଯାଇଥିଲେ । ଯେଉଁଠାରୁ ତାଙ୍କୁ ଚଣ୍ଡୀଗଡ ପାଇଁ ବସ୍ ଚଢିବାର ଥିଲା । ପତ୍ନୀଙ୍କୁ ଛାଡି ଘରକୁ ଫେରୁଥିବା ପଟବିନ୍ଦରଙ୍କର କାର୍ କୁ ରାସ୍ତାରେ ଲୁଟେରାମାନେ ଅଟକାଇଥିଲେ । ଜଣେ ଲୁଟେରା ଡ୍ରାଇଭର ସିଟ୍ ରେ ବସିଗଲା । ଦ୍ୱିତୀୟ ଜଣକ ପଛ ସିଟରେ ବସି ପଟବିନ୍ଦରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ । ଲୁଟେରାଙ୍କର ଆଉ ଜଣେ ସାଥି ଦ୍ୱିତୀୟ ଗାଡିରେ ପଛେ ପଛେ ଆସୁଥିଲେ ।

ଏହି ଅଜବ ଲୁଟର ଶିକାର ହୋଇଥିବା ରେଷ୍ଟ୍ରୁରାଂଟ ମାଲିକ କହିଥିଲେ କି ଲୁଟେରାମାନେ ତାଙ୍କୁ ନିଜର ଗାଡିରେ ଅପହରଣ କରିବା ପରେ କାରର ସବୁ ପେପର ସଂଗ୍ରହ କରିନେବାକୁ କହିଥିଲେ । ଚୋରମାନେ ଇନ୍ସୁରାଂନ୍ସ ପେପର ମଧ୍ୟ ଦେଇ ବୀମା ରାଶି ନେଇଯିବାକୁ କହିଥିଲେ ।

ଏଡିସିପି ଲଖବୀର ସିଂହ ଟିଓଆଇକୁ କହିଥିଲେ ସିସିଟିଭି ଫୁଟେଜରେ ଖୁଲାସା ହୋଇଛି କି ଲୁଟେରା ହଲ୍ ଗେଟ୍ ରୁ ହିଁ ତାଙ୍କର ପିଛା କରୁଥିଲେ । ଏହି ମାମଲାରେ କେସ୍ ଦିଆଯାଇ , ଯାଂଚ କାର୍ଯ୍ୟ ଚାଲୁରହିଛି ।