ଚୋରର ଭାବପୂର୍ଣ୍ଣ ଇମେଲ ହେଲା ଭାଇରାଲ : ଚୋରି କରିସାରିବା ପରେ ଛାତ୍ରଙ୍କୁ ଇମେଲ ଜରିଆରେ ମାଗିଲା କ୍ଷମା

ଚୋର ଚୋରି କରିବା ପରେ କ୍ଷମା ମାଗିଛି

92

ଆପଣ କେବେ ଶୁଣିଛନ୍ତି କି କୌଣସି ଚୋର ଚୋରି କରିବା ପରେ କ୍ଷମା ମାଗିଛି ? କିନ୍ତୁ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ଚୋର ସତରେ କ୍ଷମା ମାଗିଛି । ଏହି ବ୍ୟକ୍ତି ଜଣକ ଲାପଟପ୍ ଚୋରି କରିବା ପରେ ତାଙ୍କୁ କ୍ଷମା ମାଗି ଏକ ଇମେଲ ପଠାଇଛନ୍ତି ।

ଏହି କାହାଣୀକୁ ଲୋକଲୋଚନକୁ ଆଣିଛନ୍ତି ଟିଭି ଭାଲେଟାଇନ୍ ନାମକ ଜଣେ ଟ୍ୱିଟର ୟୁଜର। ଏହି ୟୁଜର ଜଣକ ତାଙ୍କ ଫ୍ଲାଟମେଟଙ୍କ ଲାପଟପ ଚୋରି ସଂପର୍କରେ ବର୍ଣ୍ଣନା କରିଛନ୍ତି। ଘଟଣାଟି ହେଉଛି ଜଣେ ଛାତ୍ରଙ୍କ ଲାପଟପକୁ ଚୋରଟି ପ୍ରଥମେ ଚୋରି କରି ନେଇଗଲା। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ଚୋର ଜଣକ ପରବର୍ତ୍ତୀ ମୁହୂର୍ତ୍ତରେ ଯାହାଙ୍କ ଲାପଟପ୍ ଚୋରାଇଥିଲା ତାଙ୍କୁ କ୍ଷମା ମାଗିଛି। ତାହା ପୁଣି ଇମେଲ୍ ଜରିଆରେ।

ମେଲରେ ଲେଖାଯାଇଛି କି, ସେ ଅତ୍ୟନ୍ତ ଗରୀବ ଏବଂ ତାକୁ ଟଙ୍କାର ଆବଶ୍ୟକତା ଅଛି । ସେଥିପାଇଁ ସେ ଲାପଟପ୍ ଚୋରି କରିଛି । ଅତ୍ୟନ୍ତ ଗରିବ ଓ ମୋତେ ଟଙ୍କାର ଆବଶ୍ୟକତା ଥିବାରୁ ମୁଁ ଏପରି କରିବାକୁ ବାଧ୍ୟ ହେଲି।

ମତାମତ

Your email address will not be published.