ଓକିଲ ବେଶରେ ଆସୁଥିଲା ଚୋର : ଭୁବନେଶ୍ୱର ବଡଗଡରେ କଏଦ ହେଲା ବାଇକ ଚୋରିର ଦୃଶ୍ୟ, ଜାଗା ଦେଖି ବଦଳାଇଥିଲା ବେଶ

39

କନକ ବ୍ୟୁରୋ : ଓକିଲ ବେଶରେ ଆସୁଥିଲା ଚୋର । ଜାଗା ଦେଖି ବଦଳାଉଥିଲା ବେଶ । ଆଉ କରୁଥିଲା ଚୋରି । ଏଭଳି ଘଟଣା ନଜରକୁ ଆସିଛି ଭୁବନେଶ୍ୱରରେ । ଆଉ ସିସିଟିଭିରେ କଏଦ ହୋଇଛି ଦୃଶ୍ୟ । ଭୁବନେଶ୍ୱରରେ ବାଇକ ଚୋରି ଘଟଣାର ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା । ଏମାନଙ୍କ ମଧ୍ୟରୁ ଜଣେ ଅଭିନିବ ଢଙ୍ଗରେ ଚୋରି କରୁଥିବା ଘଟଣା ସାମ୍ନାକୁ ଆସିଛି । ସଂପୃକ୍ତ ବ୍ୟକ୍ତି ଶଶୀଭୂଷଣ ଦାସ ବୋଲି ଜଣାପଡିଛି । ଶଶୀଭୂଷଣ ବିଭିନ୍ନ ବେଶ ଧରି ବିଭିନ୍ନ ସ୍ଥାନରୁ ଅଭିନବ ଢଙ୍ଗରେ ଲୁଟ କରୁଥିଲେ । କୋର୍ଟରେ ଓକିଲ ହୋଇ ସେ ଲୁଟ କରୁଥିବାବେଳେ ମେଡିକାଲରେ ରୋଗୀ ବେଶରେ ବି ଲୁଟ କରୁଥିଲା । ଆଉ କ୍ୟାମେରାରେ କଏଦ ହୋଇଛି ଏଭଳି କିଛି ଦୃଶ୍ୟ ।

ସୂଚନାଯୋଗ୍ୟ ପୋଲିସ ଜାଲରେ ଫସିଯାଇଛି ଓକିଲ ବେଶୀ ଚୋର ଶଶୀଭୂଷଣ । ବିଶେଷ କରି ତହସିଲ ଅଫିସ, କୋର୍ଟ ଓ ମେଡ଼ିକଲାକୁ ସେ ଟାର୍ଗେଟ କରୁଥିଲା । ସବୁଠାରୁ ରୋଚକ କଥା ହେଲେ ସେ ଯେଉଁ ସ୍ଥାନକୁ ଯାଉଥିଲା ସେଠାରେ ସୁହାଉଥିବା ଭଳି ବେଶରେ ଯାଉଥିଲା । ତେଣୁ ଲୋକେ ତା’ ଉପରେ ସନ୍ଦେହ କରିପାରୁନଥିଲେ । ପୋଲିସ ଠାରୁ ଖସିବା ପାଇଁ ସେ ଏପରି ଅଭିନବ ଉପାୟରେ ଚୋରି କରୁଥିଲା । ଆଉ ଗାଡ଼ି ଚୋରି କରି ଅତି ଆରାମରେ ଖସି ଯାଉଥିଲା । ତେବେ ଏଥିପାଇଁ ଶଶୀଭୂଶଣର ଜଣେ ସହଯୋଗୀ ଥିଲା । ଯିଏ ଗାଡ଼ି ଠଉରାଇ ତାକୁ ଖବର ଦେଉଥିଲା । ଏସବୁ ପରେ ମାତ୍ର ୨ ୩ ମିନିଟ ଭିତରେ ସେମାନେ ଗାଡ଼ି ନେଇ ଫେରାର ହୋଇଯାଉଥିଲେ । ଅତି ସହଜରେ ଲୋକଙ୍କୁ ଚକମା ଦେଇ ଗାଡ଼ି ନେଇ ଛୁ ହୋଇଯାଉଥିଲେ ।