ମୟୂରଭଂଜ: କପ୍ତିପଦା ଥାନା ବିଦ୍ୟାଧରନଗରରେ ତାର ଚୋରି କରୁବେଳେ ଧରାପଡିଲେ ୧୦ ଯୁବକ

37

କନକ ବ୍ୟୁରୋ: ବିଦ୍ୟୁତ୍ ତାର ଚୋରି ବେଳେ ଧରାପଡିଲେ ୧୦ ଯୁବକ । ମୟୂରଭଂଜ କପ୍ତିପଦା ଥାନା ବିଦ୍ୟାଧରନଗରରେ ତାର ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡିଛନ୍ତି ଏମାନେ । ଗାଁ ଲୋକ ଏମାନଙ୍କୁ ଧରି ପୁଲିସର ଜିମା ଦେଇଛନ୍ତି । ଏହାସହ ବହୁ ପରିମାଣର ତାର, ଗୋଟିଏ ବୋଲେରୋ ଓ କ୍ୱାଲିସ ଗାଡି ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି କପ୍ତିପଦା ପୁଲିସ ।