କଲବଲ କଲା କୁହୁଡି: ସକାଳୁ ସକାଳୁ ଟ୍ୱିନ ସିଟିରେ କୁହୁଡିର ଚାଦର, ଯାତାୟତ ପ୍ରଭାବିତ

ଅସ୍ତରଙ୍ଗରେ ବି କୁହୁଡି ଯୋଗୁଁ ବଢୁଛି ସମସ୍ୟା

74

କନକ ବ୍ୟୁରୋ: କଲବଲ କଲା କୁହୁଡି । ସକାଳୁ ସକାଳୁ ଟ୍ୱିନ ସିଟିରେ କୁହୁଡିର ଚାଦର । କଟକ-ଭୁବନେଶ୍ୱରରେ କୁହୁଡି ଯୋଗୁଁ ସକାଳୁ ସକାଳୁ ଜନଜୀବନ ପ୍ରଭାବିତ ହୋଇଛି । ଗାଡି ଚଳାଚଳ ବି ଏକପ୍ରକାର ବି ପ୍ରଭାବିତ ହୋଇଛି । ଚଳିତ ବର୍ଷ ଶୀତ ଦିନରେ ଏଭଳି କୁହୁଡି ଆଗରୁ କେବେ ଦେଖିବାକୁ ମିଳିନଥିଲା । ଆଜି ସକାଳୁ ଦୈତନଗରୀ ସମ୍ପୂର୍ଣ୍ଣ ଧଳା ଆସ୍ତରଣରେ ଘୋଡେଇ ହୋଇ ରହିଛି ।

ଘନ କୁହୁଡିର ବଳୟ ଭିତରେ ରହିଛି କଟକ ଓ ଭୁବନେଶ୍ୱର । କିଛି ମିଟର ଦୂରରୁ ଦେଖିବା କଷ୍ଟକର ହୋଇଛି । ଘନ କୁହୁଡି ଯୋଗୁଁ ରାସ୍ତାରେ ଯାତାୟତ କରିବା ଏକ ପ୍ରକାର କଷ୍ଟକର ହୋଇପଡିଛି । ଗାଡି ଚାଳକମାନେ ଲାଇଟ୍ ଦେଇ ଗାଡି ଚଳାଉଥିବା ଦେଖିବାକୁ ମିଳିଛି । ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ବଡ ବଡ ଗାଡି ଅଟକି ରହିଛନ୍ତି ।

ଗତ କିଛି ଦିନ ହେଲା ସାରା ଓଡ଼ିଶାରେ ଘନ କୁହୁଡି ଲୋକଙ୍କ ସମସ୍ୟା ବଢାଉଛି । କେତେବେଳେ ଦିନ ଦ୍ୱିପ୍ରହରରେ ତ କେତେବେଳେ ରାତିରେ ହଠାତ ମାଡିଆସୁଛି କୁହୁଡି । ବୁଧବାର ଦିନ ୨ଟା ବେଳେ ଅସ୍ତରଙ୍ଗ ସମୁଦ୍ର ତଟରେ ହଠାତ କୁହୁଡି ମାଡିଆସିଥିବା ବେଳେ ଆଜି ସକାଳୁ ବି ଅସ୍ତରଙ୍ଗରରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ସମୁଦ୍ର କୂଳ ସହ ରାସ୍ତା ଘାଟ ସବୁଆଡେ ମାଡି ଯାଇଛି କୁହୁଡି । ଗାଡି ଚଳାଚଳ ବି କଷ୍ଟକର ହୋଇପଡିଛି ।