ଆପଣଙ୍କ ମସ୍ତିଷ୍କ ପାଇଁ ଘାତକ ହୋଇପାରେ ଏହି ୩ଟି ଅଭ୍ୟାସ : ହୋଇପାରେ ମାନସିକ ରୋଗର କାରଣ

31

ଆମର ପ୍ରତିଦିନର କିଛି ଅଭ୍ୟାସ ଆମର ମସ୍ତିଷ୍କକୁ କ୍ଷତି ପହଂଚାଏ । ଏହା ଦ୍ୱାରା ଆମର ସ୍କରଣ ଶକ୍ତି ଏବଂ ଏକାଗ୍ରତାକୁ ପ୍ରଭାବିତ କରିଥାଏ । ଏହି ଅଭ୍ୟାସ ଅନେକ ମାନସିକ ରୋଗର କାରଣ ହୁଏ । ମସ୍ତିଷ୍କ ଆମ ଶରୀରର ମହତ୍ୱପୁର୍ଣ୍ଣ ଅଙ୍ଗ କାହିଁକିନା ଏହା ଆମ ଭାବନାକୁ ନିୟନ୍ତ୍ରଣ କରେ । ଆସନ୍ତୁ ଆପଣଙ୍କୁ ଜଣାଇବୁ କି ନିତିଦିନର କେଉଁ ଛୋଟ ଛୋଟ ଅଭ୍ୟାସର ନକାରାତ୍ମକ ପ୍ରଭାବ ଆମର ମସ୍ତିଷ୍କ ଉପରେ ପଡେ ।

ସକାଳ ଜଳଖିଆ ନଖାଇବା : ସକାଳ ଜଳଖିଆ ଆମ ଶରୀର ଏବଂ ମସ୍ତିଷ୍କ ପାଇଁ ଅତି ଜରୁରୀ । ଏହା ଆମର ଦିନସାରାର କାମ କରିବାକୁ ଉର୍ଜ୍ଜା ପ୍ରଦାନ କରେ ଏବଂ ଆମ ମସ୍ତିଷ୍କକୁ ଶାନ୍ତ ରଖେ । ଯଦି ମସ୍ତିଷ୍କକୁ ନିଜର ଆବଶ୍ୟକତା ଅନୁସାରେ ଭିଟାମିନ୍ ଏବଂ ମିନରାଲ୍ସ ନମିଳେ ତେବେ ମସ୍ତିଷ୍କର କ୍ଷମତା ବି ପ୍ରଭାବିତ ହୁଏ ।

ଚିନିର ଅଧିକ ସେବନ : ଚିନି ଅଧିକ ଖାଇବା ଦ୍ୱାରା ରକ୍ତରେ ସୁଗରର ମାତ୍ରା ବଢ଼ିଯାଏ । ଏହି କାରଣରୁ ପ୍ରୋଟିନ୍ସ ଏବଂ ମସ୍ତିଷ୍କ ପାଇଁ ଜରୁରୀ ପୋଷକ ତତ୍ୱ ମସ୍ତିଷ୍କ ପର୍ଯ୍ୟନ୍ତ ପହଂଚିପାରେନି । ମସ୍ତିଷ୍କକୁ ପ୍ରଭାବିତ କରିବାରେ ଏହା ବି ଏକ କାରଣ ।

ଆବଶ୍ୟକତା ଠାରୁ ଅଧିକ ଖାଇବା : ଆବଶ୍ୟକତା ଠାରୁ ଅଧିକ ଖାଇଲେ କେବଳ ମୋଟା ହୁଅନ୍ତିନି । ଅତ୍ରଧିକ ମୋଟାପଣ ଦ୍ୱାରା ଆମର ମସ୍ତିଷ୍କ ବି ପ୍ରଭାବିତ ହୁଏ ।