ପ୍ରଥମ ଥର ବିମାନରେ ଯାତ୍ରା କରୁଥିଲେ ଜାଣି ରଖନ୍ତୁ ଏସବୁ ନିୟମ, ନଚେତ୍ ଭୋଗିପାରନ୍ତି ଜେଲ୍ ଦଣ୍ଡ

61

ବିମାନରେ ଯାତ୍ରା କରିବା ପୂର୍ବରୁ ଅନେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । କିଛି ଲୋକ ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରିବା ସମୟରେ କିଛି ଏପରି ଭୁଲ କରି ନିଅନ୍ତି ଯାହା ପାଇଁ ସେମାନଙ୍କୁ ପରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ । ଆଜି ଆମେ ବିମାନରେ ଯାତ୍ରା କରିବା ପୂର୍ବରୁ ଏବଂ ଯାତ୍ରା କରିବା ସମୟରେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଦରକାର ତାହା ଜଣାଇବୁ ।

• ବିମାନରେ ଯାତ୍ରା କରୁଥିବା ସମୟରେ ବେଳେବେଳେ ଯାତ୍ରୀମାନେ ଏୟାରହୋଷ୍ଟେସଙ୍କ ସହ ଦୁର୍ବ୍ୟବହାର କରିଥାନ୍ତି । ଯଦି ଆପଣ ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରୁଛନ୍ତି ତେବେ ଏଭଳି ଭୁଲ ଆଦୌ କରନ୍ତୁ ନାହିଁ । ଏପରି ଭୁଲ ପାଇଁ ଆପଣଙ୍କୁ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ ।

• ବିମାନରେ ବସିବା ପରେ ଜରୁରୀକାଳୀନ ଦ୍ୱାର ନଖୋଲିବା ଚେତାବନୀ ଦିଆଯାଇଥାଏ । ଯଦି ଆପଣ ସବୁ ଜାଣି ଏପରି ଭୁଲ କରୁଛନ୍ତି । ତେବେ ଆପଣଙ୍କୁ ଜେଲ ଦଣ୍ଡ ମିଳିବା ସହ ଉଡ଼ାଣରେ ପ୍ରତିବନ୍ଧକ ମଧ୍ୟ ଲଗାଇ ଦିଆଯିବ ।

• ବିମାନ ମଧ୍ୟରେ ମିଥ୍ୟା ପ୍ରଚାର କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ବିମାନ ମଧ୍ୟରେ ବୋମା ରହିଛି ବା ଆତଙ୍କବାଦୀମାନେ ବିମାନ ହାଇଜାକ୍ କଲା ଭଳି ମିଥ୍ୟା ପ୍ରଚାର କଲେ ପୁଲିସ ଆପଣଙ୍କୁ ଆପଣଙ୍କ ଭୁଲ ପାଇଁ ଗିରଫ କରିବ । ଏହା ସହ ବିମାନ ମଧ୍ୟରେ ଅନ୍ୟ ଜଣଙ୍କ ବସିବା ସ୍ଥାନରେ ଅଳିଆ ପକାଇବା ମଧ୍ୟ ଦଣ୍ଡନୀୟ ସାବ୍ୟସ୍ତ ହୋଇପାରେ ।

• ଯାତ୍ରା ଆରମ୍ଭ କରିବା ପୂର୍ବରୁ ନେଉଥିବା ଲଗେଜରେ କୌଣସି ପ୍ରକାରର ମେଟାଲିକ୍ ଜିନିଷ,ବେସବଲ ବ୍ୟାଟ୍, କ୍ରିକେଟ ବ୍ୟାଟ୍, ହକି ଷ୍ଟିକ୍ସ, ସ୍ପିୟର ଗନ୍ସ, ଗ୍ୟାସ୍ ଟର୍ଚ୍ଚ, ଦିଆସିଲ ଏବଂ ଟିୟର ଗ୍ୟାସ୍ ଇତ୍ୟାଦି ନିଅନ୍ତୁ ନାହିଁ ।