ଏହି କାରଣରୁ ଚା’ ପାଲଟିଯାଏ ବିଷ : ବିଶେଷ ଦିଗ ପ୍ରତି ଧ୍ୟାନ ରଖନ୍ତୁ, ନଚେତ୍ ହୋଇପାରେ ସମସ୍ୟା

65

ଚା’ ଏକ ଏମିତି ପାନୀୟ ପଦାର୍ଥ, ଯାହା ପୁରା ଦୁନିଆରେ ପାଖାପାଖି ସବୁ ଦେଶରେ ପିଅନ୍ତି । ଚା’ ଆମର ଦିନଚର୍ଯ୍ୟାରେ ଏହି ପ୍ରକାରରେ ସାମିଲ ହୋଇଯାଇଛି ଯେ ଏହାକୁ ଅଲଗା କରିବା ଆମ ପାଇଁ ମୁସ୍କିଲ ହିଁ ନୁହେଁ ଅସମ୍ଭବ କାମ । ଆମେ ବିଛଣାରୁ ଉଠିବା ପରେ ହିଁ ଚା’ ପିଉ । କିଛି ଲୋକ ଚା’ ପିଇବା ପରେ ଗାଧାନ୍ତି ।

ଏ ସମସ୍ତ ଘଟଣାରୁ ଜଣାପଡୁଛି ଯେ, ଚା’ ଏକ ଅଭ୍ୟାସ ପାଲିଟିଗଲାଣି, ଯାହାକୁ ଛାଡିବା ସହଜ ନୁହେଁ । କିଛି ଲୋକ ଚା’କୁ ଏନର୍ଜି ଡ୍ରିଙ୍କ ଭଳି ପିଅନ୍ତି । ଯଦି ଚା’ ପିଇବା ପୂର୍ବରୁ ନିମ୍ନରେ ଦିଆଯାଇଥିବା ଭୁଲ୍ କରନ୍ତି, ତେବେ ଆପଣଙ୍କୁ ଚା’ ର କୁପ୍ରଭାବ ବହୁତ କମ୍ ସମୟରେ ଦେଖାଦେବ । ଏହି ଦିଗ ପ୍ରତି ଧ୍ୟାନ ଦେଲେ ଆପଣ ଭୁଲ୍ କରିବାରୁ ବଂଚିତ ହେବେ ।

• ଚା’ କୁ ବାରମ୍ବାର ଫୁଟାଇବା ଦ୍ୱାରା ସେଥିରେ କ୍ଷତିକାରକ ତତ୍ୱ ବନିଯାଏ । ସେଥିପାଇଁ ଚା’ କୁ କେବେ ଗରମ କରି କି ପିଇବା ଉଚିତ୍ ନୁହେଁ ।

• ଆପଣ ଜାଣିଛନ୍ତି କି ରେଲୱେ ଷ୍ଟେସନ ଏବଂ ଫୁଟପାଥରେ ମିଳୁଥିବା ଚା’ ଅନେକ ଥର ଫୁଟାଯାଏ । ଏମିତି ଚା’ କୁ ବାରମ୍ବାର ଫୁଟାଇବା ଦ୍ୱାରା କ୍ଷତିକାରକ ତତ୍ୱ ଉତ୍ପନ୍ନ ହୁଏ ।

• ଅଧିକାଂଶ ଲୋକଙ୍କୁ ଖାଲିପେଟରେ ଚା’ ପିଇବାର ଅଭ୍ୟାସ ଥାଏ । ସେମାନେ ସକାଳୁ ଉଠୁ ଉଠୁ ଚା’ ପିଅନ୍ତିା କିନ୍ତୁ ଏହି ଅଭ୍ୟାସ ଶରୀରକୁ ବହୁତ କ୍ଷତି ପହଂଚାଏ । ଆପଣ ଦିନସାରା ଯେତେ ବି ପୁଷ୍ଟିକର ଖାଦ୍ୟ ଖାଆନ୍ତୁ, ଆପଣଙ୍କୁ ଫାଇଦା ମିଳିବନି ।

• ବ୍ଲାକ୍ ଟି କୁ ସ୍ୱାସ୍ଥ୍ୟ ପକ୍ଷେ ହିତକର ବୋଲି କୁହାଯାଏ, ଯେ ପର୍ଯ୍ୟନ୍ତ ସେଥିରେ କ୍ଷୀର ନ ମିଶାଯାଏ । ଚା’ରେ କ୍ଷୀର ମିଶାଇବା ଦ୍ୱାରା ଚା’ ପତିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ନଷ୍ଟ ହୋଇଯାଏ ।

• ଖାଲିପେଟରେ ଚା’ ପିଇବା ଦ୍ୱାରା ପେଟରେ ଗ୍ୟାସ ସୃଷ୍ଟି ହେବାର ସମସ୍ୟା ହୁଏ । ଏହା ବ୍ୟତୀତ ଅଧିକ ଚା’ ପିଇବା ଦ୍ୱାରା ଏସିଡିଟି ବି ହୁଏ ।