ସହଜରେ ଜାଣିପାରିବେ ଫେକ ଫେସବୁକ ଆକାଉଁଟ ! ଏହି ବିଶେଷ ଜିନିଷ ଉପରେ ଦିଅନ୍ତୁ ଧ୍ୟାନ

54

ସର୍ବପ୍ରଥମେ ଦେଖନ୍ତୁ ଆପଣଙ୍କ ପାଖକୁ ଆସିଥିବା ଫ୍ରେଣ୍ଡ ରିକ୍ୱେଷ୍ଟ ପ୍ରୋଫାଇଲରେ କେତେ ଫଟୋ ଅଛି । ଏହାସହ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିବା ବ୍ୟକ୍ତିର ନିଜର କିଛି ବି ଫଟୋ ଫେସବୁକରେ ଅଛି ନା ନାହିଁ । ଏହ ବ୍ୟତୀତ ଫେସବୁକ ଷ୍ଟାଟସ, ପୋଷ୍ଟ, କମେଣ୍ଟସ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ । ଏହାସହ ନଜର ଦିଅନ୍ତୁ ଯଦି ଅନେକ ଦିନ ପର୍ଯ୍ୟନ୍ତ କୌଣସି ଅପଡେଟ ହୋଇନାହିଁ ଓ ଅଜବ ଅଜବ କମେଣ୍ଟ ଅଛି ତେବେ ଜାଣିବେ ଆକାଉଣ୍ଟ ଫେକ ଅଟେ ।

– ଯଦି ଆପଣଙ୍କ ପାଖକୁ ଫ୍ରେଣ୍ଟ ରିକ୍ୱେଷ୍ଟ ପଠାଇଥିବା ବ୍ୟକ୍ତି ଯେ କୌଣସି ବି ଅଜଣା ତଥା ସନ୍ଧୀଗ୍ଧ ଲୋକଙ୍କୁ ନିଜ ଫ୍ରେଣ୍ଡ ଲିଷ୍ଟରେ ସାମିଲ କରିଛି କି ? ଯଦି ହଁ ତେବେ ଜାଣିବେ ଏହା ଏକ ଫେକ ଆକାଉଁଟ ।

– ଏହାସହ ଆପଣ ଉକ୍ତ ବ୍ୟକ୍ତିର ଫ୍ରେଣ୍ଡ ରିକ୍ୱେଷ୍ଟ ମଧ୍ୟ ପରୀକ୍ଷା କରନ୍ତୁ, ଯଦି ଦେଖିବେ ଫ୍ରେଣ୍ଡ ଲିଷ୍ଟରେ କେବଳ ବିପରୀତ ଲିଙ୍ଗର ଲୋକ ହିଁ ଅଛନ୍ତି ତେବେ ଜାଣିବେ ଏହା ଏକ ଫେକ ଆକାଉଣ୍ଟ ।

– ଏହା ବ୍ୟତିତ ଆପଣ ଉକ୍ତ ବ୍ୟକ୍ତିର ଆକାଉଂଟ ସେକ୍ସନରେ ମଧ୍ୟ ଧ୍ୟାନ ଦିଅନ୍ତୁ । ଏହି ସେକ୍ସନରେ ଯଦି ସ୍କୁଲ, କଲେଜ କିମ୍ବା ରହିବାର ସ୍ଥାନ ବିଷୟରେ ଦିଆ ସୂଚନା ନାହିଁ, ତେବ ଏହା ଏକ ଫେକ ଆକାଉଣ୍ଟ ବୋଲି ଜାଣିବେ ।

– ଏହାସହ ଆପଣଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିବା ବ୍ୟକ୍ତିର ଜନ୍ମ ତାରିଖ ଉପରେ ଧ୍ୟାନ ଦିଅନ୍ତୁ ।

– ଝିଅଙ୍କ ଫର୍ଜି ଆକାଉଟ କରି ଫୋନ ନମ୍ବର ଦିଆଯାଇଥାଏ । ବହୁତ କମ ଲୋକ ହିଁ ସୋସିଆଲ ମିଡିଆରେ ନିଜା ଫୋନ ନମ୍ବର ଦିଅନ୍ତି । ଏଥିରୁ ଜାଣିବେ ତାହା ଏକ ଫେକ ଆକାଉଁଟ ।

– ଏହାସହ ଦେଖନ୍ତୁ ଉକ୍ତ ପ୍ରୋଫାଇଲରେ କୌଣସି ଅଶ୍ଳୀଳ ଫଟୋ ନାହିଁ ତ, ଯଦି ହୁଁ ତେବେ ତୁରନ୍ତ ଉକ୍ତ ଫ୍ରେଣ୍ଡ ରିକ୍ୱେଷ୍ଟ ଡିଲିଟ କରିଦିଅନ୍ତୁ ।

                                     ସୌଜନ୍ୟ- ନିଉଜ ଏଇଟିନ