ବାୟୁ ପ୍ରଦୂଷଣକୁ ରୋକିବାରେ କୈାଣସି ଯନ୍ତ୍ର ନୁହେଁ, କାମରେ ଆସିବ ଏହି ଉଦ୍ଭିଦ : ପବନକୁ କରିବ ପ୍ରଦୂଷଣ ମୁକ୍ତ

103

ଦେଶ ଦ୍ରୁତ ଗତିରେ ପ୍ରଦୂଷିତ ହେଉଛି, ଯାହାର କାବୁରେ ଦିଲ୍ଲୀ ସବୁଠାରୁ ଆଗୁଆ । ପ୍ରଦୂଷିତ ବାୟୁରେ ପ୍ରଶ୍ୱାସ ନେବାର ଅର୍ଥ ନିଜକୁ ବିପଦଜନକ ରୋଗ ମଧ୍ୟକୁ ଟାଣିବା । ଏହାର ପ୍ରଭାବରେ ଶ୍ୱାସ ସମନ୍ଧିତ ରୋଗୀ, ବୟସ୍କ ଏବଂ ପିଲା ଅତିଶୀଘ୍ର ଆସିଯାଆନ୍ତି । ପ୍ରଦୂଷଣକୁ ରୋକିବା ପାଇଁ ସରକାରଙ୍କୁ ଜରୁରୀ ପଦକ୍ଷେପ ନେବା ଉଚିତ୍ କିନ୍ତୁ ବାତାବରଣର ଶୁଦ୍ଧତା ପାଇଁ ଆମେ ନିଜେ ବି ସତର୍କତା ଅବଲମ୍ବନ କରିବା ଜରୁରୀ ।

ଘର ଭିତରେ ହେଉ ବା ବାହାରେ ଏମିତି ଗଛ ଲଗାନ୍ତୁ ଯାହା ପବନକୁ ଶୁଦ୍ଧ କରିବାର କାମ କରେ । ଆସନ୍ତୁ ଆଜି ଆମେ ଏମିତି ଗଛ ଗୁଡିକ ବିଷୟରେ ଜାଣିବା ଯାହା ପବନକୁ ଶୁଦ୍ଧ କରେ । ଏହାକୁ ଘର ଏବଂ ଆଖପାଖରେ ଲଗାଇକି ପରିବେଶ ବିଶୁଦ୍ଧ କରିପାରିବେ ।

ଏରିକା ପାମ୍ : ଘର ଭିତର ପବନକୁ ଶୁଦ୍ଧ କରିବା ପାଇଁ ଏହି ଗଛ ବହୁତ ସାହାଯ୍ୟକାରୀ । ଏହି ଗଛ କ୍ଷତିକାରକ ବିଷାକ୍ତ ଗଛର ନକାରାତ୍ମକ ପ୍ରଭାବକୁ ଶୋଷି ନେଇ ଶୁଦ୍ଧ ପବନ ନିର୍ଗତ କରେ । ଏହି ଗଛର ବେଶି ଯତ୍ନ ମଧ୍ୟ ନେବାକୁ ପଡେନି ।

ଏଲୋଭେରା : ଏଲୋଭେରା ପ୍ରଦୂଷଣ ଏବଂ କ୍ଷତିକାରକ ଭାଇରସ୍ ଠାରୁ ପବନକୁ ମୁକ୍ତ କରେ । ପବନକୁ ଶୁଦ୍ଧ କରିବା ସହିତ ଘରକୁ ଥଣ୍ଡା ରଖିବା କାମ ବି କରେ ।

ବାମ୍ବୁ ପାମ୍ : ଏହି ଗଛ ବି ପବନକୁ ସତେଜ ରଖିବାର କାମ କରେ । ଏହି ଗଛ ଗୁଡିକ ବଡ ଓ ଛୋଟ ଉଭୟ ଥାଆନ୍ତି । ବଡ ଗଛକୁ ବାହାରେ ଲଗାଇପାରିବେ । ଏହା ଦ୍ୱାରା ଘରକୁ ପ୍ରବେଶ କରିବାକୁ ଥିବା ଦୂଷିତ ପବନ ଶୁଦ୍ଧ ହୋଇଯିବ ।