ଟ୍ରେନରେ ଯାତ୍ରା ସମୟରେ ମନେ ରଖନ୍ତୁ ୭ଟି ନମ୍ବର ! ସଫାସୁତୁରା ଠାରୁ ଆରମ୍ଭ କରି ଅସୁବିଧା ନେଇ ଅଭିଯୋଗ ପାଇଁ ଆସିବ କାମରେ

49

ଟ୍ରେନରେ ଯାତ୍ରା ସମୟରେ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଆଉ ସେହି ସମୟରେ ସାହାଯ୍ୟ କରିବା ପାଇଁ ପାଖରେ କେହି ବି ନଥାନ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏପରି ଅନେକ ନମ୍ବର ଅଛି, ଯାହା ଡାଏଲ କରି ଆପଣ ପ୍ରତିକୂଳ ପରିସ୍ଥିତିରୁ ସାମ୍ନା କରିପାରିବେ । ଯଦି ଆପଣ ସହ କିଛି ଅପରାଧ ହୁଏ କିମ୍ବା ମେଡ଼ିକାଲ ଏମରଜେନ୍ସି ଆସିଛି କମ୍ବା ରେବଳାଇ ସେବାକୁ ନେଇ ଅଭିଯୋଗ କରିବାର ଅଛି,ତେବେ ଆପଣ କଲ କିମ୍ବା ଏସଏମଏସ କରି ସାହାଯ୍ୟ ମାଗି ପାରିବେ । ତେବେ ଏଥିପାଇଁ ଆପଣ କେଉଁ ନମ୍ବରକୁ କଲ କରିବେ କିମ୍ବା ଏସଏମଏଓ୍ ପଠାଇବେ ତାହା ଜାଣିବା ଦରକାର ।

ସୂଚନାଯୋଗ୍ୟ ଆପଣ ସିଧା ରେଳମନ୍ତ୍ରୀଙ୍କକୁ ମଧ୍ୟ ଅଭିଯୋଗ କରିପାରିବେ । ତେବେ ସେଥିପାଇଁ ମଧ୍ୟ ରହିଛି ଭିନ୍ନ ଉପାୟ । ଭାରତୀୟ ରେଳବାଇ ସଫାସୁତୁରାକୁ ନେଇ ଝଗଡ଼ା ପର୍ଯ୍ୟନ୍ତ ମାମଲାକୁ ପାଇଁ ଭିନ୍ନ ଭିନ୍ନ ନମ୍ବର ଜାରି କରିଛନ୍ତି । ଯଦି ଆପଣ ଟ୍ରେନରେ ଯାତ୍ରା ସମୟରେ ଏହି ୭ଟି ଗୁରୁତ୍ୱପୂର୍ଣ୍ଣ ନମ୍ବର ମନେ ରଖୁଛନ୍ତି, ତେବେ ଆପଣଙ୍କ ସବୁ ଅସୁବିଧାର ଦୂର ହୋଇଯିବ ।

source-http://s3.india.com

୧୮୨ – ଚୋରି, ଝଗଡ଼ା କିମ୍ବା ଏହି ପ୍ରକାର ଅପରାଧ ପାଇଁ ପାଇଁ ୧୮୨ ନମ୍ବର ଡାଏଲ କରନ୍ତୁ ।

୧୩୮ – ମେଡ଼ିକାଲ ଏମରଜେନ୍ସି ଓ ଖାଦ୍ୟ ଓ ସଫାସୁତୁରା ସମ୍ମନ୍ଧୀୟ ଅଭିଯୋଗ ପାଇଁ ୧୩୮ ଡାଏଲ କରନ୍ତୁ ।

୧୫୧୨ – କୌଣସି ପ୍ରକାର ଅପରାଧର ଅଭିଯୋଗ ପାଇଁ ୧୫୧୨ ରେ କଲ କରନ୍ତୁ । ( ୟୁପି ପାଇଁ )

୯୮୩୩୩୩୧୧୧୧ – ଅପରାଧର ଅଭିଯୋଗ ପାଇଁ

୫୮୮୮୮ – ଏହି ନମ୍ବରକୁ ଏସଏମଏସ୍ କରି କ୍ଲିନ୍ ସ୍ପେସ୍ ଦେଇ ପିଏନଆର୍ ନମ୍ବର ଓ ଉପରେ ଦେଇଥିବା ନମ୍ବରରେ ପଠାନ୍ତୁ

୧୩୯ – ପିଏନଆର ଷ୍ଟାଟସ୍, ଟ୍ରେନରେ ଆସିବା ଯିବା ସମୟ, ଭଡ଼ା ଓ ଟିକଟ ପାଇଁ ଏହି ନମ୍ବରେ ସମ୍ପର୍କ କରନ୍ତୁ ।

୧୮୦୦-୧୧୧-୩୨୧- ରେଳବାଇ ଯୋଗାଉଥିବା ଖାଦ୍ୟର ମୂଲ୍ୟ ଓ ତାହାର ଖରାପ ଗୁଣ ବିଷୟରେ ଅଭିଯୋଗ କରିବା ପାଇଁ ଏହି ନମ୍ବରରେ କଲ୍ କରନ୍ତୁ ।