ଜୀବନରେ ୩ ଟି ଭୁଲ୍ ଯୋଗୁଁ ପସ୍ତାଉଛନ୍ତି ଗୋବିନ୍ଦା ! ନଚେତ୍ ବାଦଶାହ ଓ ସୁଲତାନଙ୍କୁ ଦେଇଥାନ୍ତେ ଟକ୍କର ।

44

ଆପଣ ମଧ୍ୟ ଗୋବିନ୍ଦାଙ୍କ କମେଡି, ଏକ୍ସପ୍ରେସନ ଏବଂ ଜବରଦସ୍ତ ଡ୍ୟାନ୍ସର ଫ୍ୟାନ ହୋଇଥିବେ । ଏକ ସମୟ ଥିଲା ଯେତେବେଳେ ଗୋବିନ୍ଦାଙ୍କୁ ସଫଳ ଫିଲ୍ମର ଗ୍ୟାରେଣ୍ଟି କୁହାଯାଉଥିଲା । ଗୋବିନ୍ଦା ପ୍ରତ୍ୟେକ ରୋଲ ଖାସ କରି କମେଡି ରୋଲକୁ ଦର୍ଶକ ଖୁବ ପସନ୍ଦ କରୁଥିଲେ । ତାଙ୍କର ଫିଲ୍ମ ବକ୍ସ ଅଫିସରେ ରିଲିଜ ହେବା ପରେ ହାଉସଫୁଲ ବୋର୍ଡ ଥିଏଟର ବାହାରେ ଦେଖିବାକୁ ମିଳୁଥଲା । ଏପରି ବି ସମୟ ଥିଲା ଗୋବିନ୍ଦା ଗୋଟିଏ ମାସରେ ୪୦ ଟି ଫିଲ୍ମ ସାଇନ କରିଥିଲେ । କିନ୍ତୁ ଏବେ ଗୋବିନ୍ଦାଙ୍କ ହାତକୁ ଗୋଟିଏ ମଧ୍ୟ ଫିଲ୍ମ ଆସୁନାହିଁ ।

ଗୋବିନ୍ଦାଙ୍କ ଫିଲ୍ମ କ୍ୟାରିୟର ଗ୍ରାଫ ୮୦ ଏବଂ ୯୦ ଦଶକ ପରେ ଏତେ କମିବାକୁ ଲାଗିଲା ଯେ ତାଙ୍କ କ୍ୟାରିୟର ପୁଣିଥିରେ ଆଗ ଭଳି ହୋଇପାରିଲା ନାହିଁ । ତେବେ ଫିଲ୍ମ ସମୀକ୍ଷକଙ୍କ ମତରେ ଗୋବିନ୍ଦାଙ୍କ କ୍ୟାରିୟର ଗ୍ରାଫ କମିବା ପଛରେ ଗୋବିନ୍ଦାଙ୍କର ହିଁ ଭୁଲ ରହିଛି । କୁହାଯାଉଛି ଯେ ଗୋବିନ୍ଦାଙ୍କ ୩ଟି ଭୁଲ ପାଇଁ ତାଙ୍କ ଫିଲ୍ମ କ୍ୟାରିୟର ଗ୍ରାଫ ତଳକୁ ଖସିବାକୁ ଲାଗିଲା । ତେବେ ଆସନ୍ତୁ ଜାଣିବା ଗୋବିନ୍ଦାଙ୍କ କେଉଁ ଭୁଲ ପାଇଁ ତାଙ୍କ କ୍ୟାରିୟର ଗ୍ରାଫ କମିବାକୁ ଲାଗିଲା ।

କ୍ୟାରିୟର ଗଢିଥିବା ଲୋକଙ୍କ ସହିତ ଝଗଡା-
ଗୋବିନ୍ଦା ଏବଂ ଡେଭିଡ ଧୱନଙ୍କ ଯୋଡି ସୁପରସକ୍ସେସଫୁଲ ଥିଲା । ଗୋବିନ୍ଦା ନିଜ କ୍ୟାରିୟରର ଅଧିକାଂଶ ହିଟ ଫିଲ୍ମରେ ଡେଭିଡ ଧୱନଙ୍କ ସହିତ କାମ କରିଛନ୍ତି । କିନ୍ତୁ ଗୋବିନ୍ଦା ଡେଭିଡଙ୍କ ସହିତ ଝଗଡା କରିଥିଲେ । ଏହାପରେ ଡେଭିଡ ଗୋବିନ୍ଦାଙ୍କୁ ଫିଲ୍ମ ଅଫର କରିବା ବନ୍ଦ କରି ଦେଇଥିଲେ । ଗୋବିନ୍ଦାଙ୍କ କ୍ୟାରିୟର ଗ୍ରାଫ କମିବାର ଏହା ହେଉଛି ଏକ ମୁଖ୍ୟ କାରଣ ।

ଡେରିରେ ପହଁଚିବା-
ଶୁଣିବାକୁ ମିଳେ ଯେ ଗୋବିନ୍ଦା ସୁଟିଂ ସେଟକୁ ଡେରିରେ ପହଁଚୁଥିଲେ । ସୁଟିଂ ସିଡ୍ୟୁଲ ହିସାବରେ ସେ ନିଜ ଟାଇମକୁ ମ୍ୟାନେଜ କରୁନଥିଲେ । ନିଜ ହିସାବରେ ସୁଟିଂକୁ ଯାଉଥିଲେ । ଏହାକୁ ନେଇ ଅନେକ ଲୋକ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ତାହାର ପ୍ରଭାବ ଗୋବିନ୍ଦାଙ୍କ ଉପରେ ପଡିନଥିଲା । ଗୋବିନ୍ଦାଙ୍କର ଏହି ବ୍ୟବହାର ଫିଲ୍ମ ନିର୍ମାତା ମାନଙ୍କୁ ପସନ୍ଦ ଆସୁନଥିଲା ।

ଫିଟନେସ ପ୍ରତି ଧ୍ୟାନ ଦେଉନଥିଲେ-
ଆଜିକାଲି ଫିଲ୍ମ ଅଭିନେତାମାନେ ନିଜର ଫିଟନେସ୍ ପ୍ରତି ଅଧିକ ଧ୍ୟାନ ଦେଉଥିବା ଦେଖିବାକୁ ମିଳୁଛି । କିନ୍ତୁ ଗୋବିନ୍ଦା ସଫଳତାର ଶୀର୍ଷରେ ଥାଇ ମଧ୍ୟ ଫିଟନେସ ପ୍ରତି ଧ୍ୟାନ ଦେଉନଥିଲେ । ସମୟ ସହିତ ତାଙ୍କ ବଡି ଫିଜିକ ଖରାପ ହେବାକୁ ଲାଗିଲା । ଏହି କାରଣରୁ ତାଙ୍କୁ ଫିଲ୍ମ ମିଳିବା ଧିରେ ଧିରେ କମ ହେବାକୁ ଲାଗିଲା ।