ଶରୀରରେ ରକ୍ତର ଅଭାବକୁ କେମିତି ଦୂର କରିବେ ? ଜାଣନ୍ତୁ କେଉଁ ଦୁଇଟି ଜିନିଷ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ

56

ଆପଣ ତ ଜାଣିଥିବେ ମନୁଷ୍ରକୁ ସୁସ୍ଥ ରହିବା ପାଇଁ ଶରୀରରେ ଉପଯୁକ୍ତ ମାତ୍ରାରେ ରକ୍ତର ଆବଶ୍ୟକତା ଅଛି । କିନ୍ତୁ କେବେ କେବେ ମଣିଷ ଅନେକ ପ୍ରକାରର ରୋଗ ବା ଦୁର୍ଘଟଣାର ସମ୍ମୁଖୀନ ହୁଏ, ଯଦ୍ୱାରା ଶରୀରରେ ରକ୍ତାଭାବ ଦେଖାଯାଏ । ବେଳେବେଳେ ବଡ ବଡ ଅସ୍ତ୍ରୋପଚାର କାରଣରୁ ମନୁଷ୍ୟ ଶରୀରରେ ରକ୍ତାଭାବ ଦେଖାଦିଏ । ଆଜି ଆମେ ଆପଣଙ୍କୁ ଏମିତି ଦୁଇଟି ଜିନିଷ ବିଷୟରେ ଜଣାଇବୁ, ଯାହା ଶରୀରରେ ରକ୍ତାଭାବକୁ ଦୂର କରି ତା’ର ପରିମାଣକୁ ବୃଦ୍ଧି କରିବ । ଆସନ୍ତୁ ଜାଣିବା ।

ମନୁଷ୍ୟ ଶରୀରରେ ରକ୍ତାଭାବକୁ ଦୂର କରିବା ପାଇଁ ବିଟରୁଟର ସେବନ କରିବା ବହୁତ ଲାଭଦାୟକ ସାବ୍ୟସ୍ତ ହେବ । ବିଟରୁଟରୁ ମିଳୁଥିବା ପ୍ରୋଟିନ ଓ ମିନରାଲ୍ସ ବହୁତ ଶୀଘ୍ର ଶରୀରରେ ରକ୍ତର ଅଭାବକୁ ଦୂର କରେ । ସେଥିପାଇଁ ଆପଣଙ୍କୁ ନିୟମିତ ରୂପେ ବିଟରୁଟ ରସର ସେବନ କରିବାକୁ ପଡିବ ।

ଶରୀରରେ ଥିବା ରକ୍ତାଭାବକୁ ଦୂର କରିବା ପାଇଁ ଡାଳିମ୍ବ ମଧ୍ୟ ଉପଯୋଗୀ ହୋଇଥାଏ । ଡାଲିମ୍ବରୁ ମିଳୁଥିବା ଭିଟାମିନ, କ୍ୟାଲସିୟମ, ଆଇରନ ଏବଂ ମିନରାଲ୍ସ ଶରୀରରେ ରକ୍ତର ଅଭାବକୁ ପୂରଣ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରେ । ଡାଲିମ୍ବ ମଂଜିର ସେବନ କରିବା ଅପେକ୍ଷା ଡାଲିମ୍ବ ରସର ସେବନ କଲେ ଅଧିକ ଫାଇଦା ମିଳିଥାଏ । ତେଣୁ ନିୟମିତ ଡାଲିମ୍ବ ରସର ସେବନ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ ।