ଏସିଡିଟିର କାରଣ ହୋଇପାରେ ଏହି ସବୁ ଖାଦ୍ୟ, ଜାଣନ୍ତୁ କ’ଣ କ’ଣ

472

ଅତ୍ୟଧିକ ଖାଦ୍ୟ ଖାଇବା ଦ୍ୱାରା ଅନେକ ଥର ଛାତିରେ ଜଳାପୋଡା ଅନୁଭବ ହୋଇଥାଏ । ଖଟା ସ୍ୱାଦର ହାକୁଟି ଆସିଥାଏ । କିଛି ଖାଦ୍ୟ ଖାଇବା ପରେ ଏସିଡିଟି ସୃଷ୍ଟି କରିଥାଏ । ଏହା ଅମ୍ଳ ଖାଦ୍ୟ ପଦାର୍ଥ ଯୋଗୁଁ ହୋଇଥାଏ । ଯାହା ଆମ ଶରୀର ସହଜରେ ହଜମ ହୋଇପାରେନି । କିଛି ଏମିତି ଖାଦ୍ୟ ପଦାର୍ଥ ଅଛି ଯାହା ଏସିଡିଟିର କାରଣ ହୁଏ ।

ଚକଲେଟ୍ : ଚକଲେଟର ସ୍ୱାଦ କାହାକୁ ବା ପସନ୍ଦ ନୁହଁ, କିନ୍ତୁ ଏହା ଆପଣଙ୍କ ପେଟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଏଥିରେ ଥିବା କେଫିନ୍ ଓ ଥିୟୋବ୍ରୋମାଇନ୍ ଏସିଡିଟିର କାରଣ ହୁଅନ୍ତି ।

ସୋଡା : ପେଟରେ ଏସିଡିଟି ସୃଷ୍ଟି କରୁଥିବା ସୋଡା ଓ ଅନ୍ୟ କାର୍ବୋନେଟେଡ ପାନୀୟ ଦାୟୀ । କାର୍ବୋନେସନର ବବଲ୍ ପେଟ ଭିତରେ ବ୍ୟାପେ । ଚାପ କାରଣରୁ ପେଟରେ ଜଳାପୋଡା ହୋଇଥାଏ । ବାସ୍ତବରେ ସୋଡାରେ କେଫିନ୍ ବି ଥାଏ, ଯାହା ଏସିଡିଟି ବଢ଼ାଇବାର କାରଣ ହୁଏ ।

ଆଲକୋହଲ : ବିୟର ଓ ୱାଇନ ଭଳି ମାଦକ ପାନୀୟ କେବଳ ପେଟରେ ଗ୍ୟାସ ଓ ଏସିଡିଟିକୁ ବଢ଼ାଏନି । ବରଂ ଶରୀରକୁ ଡିହାଇଡ୍ରେଟ୍ କରି ଏସିଡ୍ ବନାଏ ।

କେଫିନ୍ : ଗୋଟିଏ ଦିନରେ ଗୋଟିଏ କପ୍ କଫି କିମ୍ବା ଚା’ ପିଇବା ଠିକ୍ । ଏହା ଠାରୁ ଅଧିକ ସେବନ କଲେ ଆପଣ ଏସିଡିଟିର ଶିକାର ହୋଇପାରନ୍ତି । କାହିଁକିନା ଏଥିରେ କେଫିନର ମାତ୍ରା ଅଧିକ ଥାଏ ।

ମସଲାଯୁକ୍ତ ଖାଦ୍ୟ : ମସଲାଯୁକ୍ତ ଖାଦ୍ୟର ଅତ୍ୟଧିକ ସେବନ ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଲଙ୍କା, ଗରମ ମସଲା ଓ ଗୋଲମରିଚ ସମସ୍ତ ପ୍ରାକୃତିକ ରୂପେ ଏସିଡିକ୍ ଥାଆନ୍ତି । ଏହା ଖାଇବା ଦ୍ୱାରା ଏସିଡ ସୃଷ୍ଟି ହୁଏ ।