ଭାରତ ଓ ପାକିସ୍ତାନ ମଧ୍ୟରେ ଯଦି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୁଏ, ତେବେ ଏହି ଦେଶଗୁଡିକ କରିପାରନ୍ତି ପାକିସ୍ତାନର ସାହାଯ୍ୟ

1,705

ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନେଇଛି ଭାରତ । ଏଲଓସିରେ ଆତଙ୍କବାଦୀ ଲଂଚ ପ୍ୟାଡ ଉପରେ ଆକ୍ରମଣ କରିଛି ଭାରତୀୟ ବାୟୁସେନା । ପାକ୍ ଅଧିକୃତ କାଶ୍ମୀରରେ ପସି ଜେ÷ଶ-ଏ-ମହମ୍ମଦ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ବାୟୁସେନାର ୧୨ଟି ଯୁଦ୍ଧ ବିମାନ । ମିରାଜ-୨୦୦୦ ବିମାନ, ଭୋର ସାଢେ ୩ଟାରେ ପିଓକେରେ ୧ ହଜାର କିଲୋଗ୍ରାମର ବମ୍ ପକାଇ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଛି । ଏନେଇ ଏକ ବିଶେଷ ସୂତ୍ରରୁ ଜଣାପଡିଛି ।

ଭାରତ ଓ ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ପରିସ୍ଥିତି ଜଟିଳ ହୋଇପଡିଛି । ବାଲାକୋଟ୍, ଚକୋଟି ଓ ମୁଜାଫରବାଦ୍ ଲଂଚ ପ୍ୟାଡକୁ ମାଟିରେ ମିଶାଇ ଦେଇଛି ଭାରତୀୟ ବାୟୁସେନା । ମଙ୍ଗଳବାର ଭୋର ୩ଟା ୪୫ରେ ବାଲାକୋଟ୍ ଆତଙ୍କୀ ଆଡ୍ଡାରେ ବୋମା ବର୍ଷା କରିଥିଲା ମିରାଜ୍ ଯୁଦ୍ଧ ବିମାନ । ପୁଲୱାମାରେ ହୋଇଥିବା ଫିଦାୟିନ୍ ଆକ୍ରମଣ ପରେ ଯେଉଁଭଳି ଭାରତ ସାରା ଦୁନିଆରେ ପାକିସ୍ତାନର ଜମି ଏହି ଆକ୍ରମଣରେ ବ୍ୟବହାର ହୋଇଥିବାର ପ୍ରମାଣ ଦେଇଥିଲା ଏବଂ ସମସ୍ତ ଦେଶ ସହିତ କଥା ହୋଇଥିଲା । କିଛି ଏଭଳି ପାକିସ୍ତାନ ମଧ୍ୟ ନିଜ ମିତ୍ର ଦେଶଗୁଡିକ ସହିତ କଥା ହୋଇଛି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଦେଶ ପାକିସ୍ତାନର ସାହାଯ୍ୟ କରିବେ ?

ଚୀନ : ଯଦି ଭାରତ ସହିତ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୁଏ, ତେବେ ଚୀନ, ପାକିସ୍ତାନର ସାହାଯ୍ୟ କରିପାରେ । ଏହାର ସବୁଠାରୁ ବଡ କାରଣ ହେଉଛି ଚୀନ ତରଫରୁ ପାକିସ୍ତାନରେ କରାଯାଇଥିବା ନିବେଶ ଯାହାକି, ପାଖାପାଖି ୪୬ ବିଲିୟନ୍ ଡଲାରରୁ ମଧ୍ୟ ଅଧିକ । ଏହା ଭିନ୍ନ ଯେ, ଚୀନ, ଭାରତରେ ଆତଙ୍କବାଦୀ ଆକ୍ରମଣ ହେବାପରେ ଏକଠି ମିଶି ଆତଙ୍କବାଦର ସାମନା କରିବା କଥା କହିଛି । କିନ୍ତୁ ସେ ଅନ୍ତର୍ଜାତୀୟ ମଂଚରେ ପାକିସ୍ତାନୀ ଆତଙ୍କବାଦୀଙ୍କ ରକ୍ଷା କରୁଥିବା ନଜର ଆସେ ।

ତୁର୍କୀ ଓ ପାକିସ୍ତାନର ସମ୍ବନ୍ଧ ବହୁତ ଭଲ । ଅନ୍ତର୍ଜାତୀୟ ସ୍ତରରେ ତୁର୍କୀ, ପାକିସ୍ତାନର ଭଲ ମିତ୍ର ଭାବେ ଧରାଯାଏ । ନିକଟରେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ତୁର୍କୀର ରାଷ୍ଟ୍ରପତି ରଜବ ତୈୟବ ଏର୍ଦୋଆନଙ୍କ ସହ ସାକ୍ଷାତ କରିଥିଲେ ।

ମିଶର : ଆରବ ଗଣରାଜ୍ୟ ମିଶର ଓ ଇସଲାମିକ୍ ଗଣରାଜ୍ୟ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷୀୟ ସମ୍ବନ୍ଧ ଅନେକ ବର୍ଷରୁ ଅଛି । ବର୍ଷ ୧୯୪୭ରେ ଆଧୁନିକ ସମ୍ପର୍କ ସେତେବେଳେ ବନିଲା, ଯେତେବେଳେ ପାକିସ୍ତାନର ସଂସ୍ଥାପକ ମୁହମ୍ମଦ ଅଲି ଜିହ୍ନା, ମିଶର ରାଜା ଫୁଆଦ ୧ ଦ୍ୱାରା ପଠାଯାଇଥିବା ବିଶେଷ ନିମନ୍ତ୍ରଣରେ ପହଂଚିଥିଲେ ।

ସାଉଦି ଆରବ : ପାକିସ୍ତାନର ସାଉଦି ଆରବ ସହ ଭଳ ସମ୍ପର୍କ କାହାକୁ ବା ଅଛପା । ଗତ ଦିନମାନଙ୍କରେ ସାଉଦିର କ୍ରାଉନ୍ ଫ୍ରିନ୍ସ ମୋହମ୍ମଦ ବିନ୍ ସଲମାନ୍ ପାକିସ୍ତାନ ପହଂଚିଥିଲେ, ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ତାଙ୍କ ଡ୍ରାଇଭର ବନିଯାଇଥିଲେ ।

ଗଲ୍ଫ ଦେଶ : ଭାରତ ସହ ଯୁଦ୍ଧ ପରିସ୍ଥିତିରେ ଗଲ୍ଫ ଦେଶ ଯେଉଁଥିରେ, କୁଏତ୍, ଓମାନ୍, ସଂଯୁକ୍ତ ଆରବ ଏମିରାଟ୍ ସାମିଲ ଅଛନ୍ତି, ସେମାନେ ଏହାର ସାହାଯ୍ୟ କରିପାରନ୍ତି ।