୨୫ କୋଟି ଗ୍ରାହକଙ୍କ ସିମ୍ କାର୍ଡ ହୋଇଯାଇପାରେ ବନ୍ଦ ! ଲିଷ୍ଟରେ ଆପଣଙ୍କ ନମ୍ବର ସାମିଲ ନୁହେଁ ତ ?

କମ୍ପାନୀ ସର୍ବନିମ୍ନ ୩୫ ଟଙ୍କା ରିଚାର୍ଜ କରିବାକୁ ଅନିବାର୍ଯ୍ୟ ଘୋଷଣା କରିଛି ।

1,258

ଯଦି ଆପଣ ଏୟାରଟେଲ୍, ଭୋଡାଫୋନ୍ କିମ୍ବା ଆଇଡିଆର ନମ୍ବର ବ୍ୟବହାର କରୁଛନ୍ତି ଏବଂ କମ୍ ରିଚାର୍ଜ କରାଉଛନ୍ତି । ତେବେ ଆପଣଙ୍କ ପାଇଁ ଏହା ଭଲ ଖବର ନୁହେଁ । କାହିଁକିନା ଆପଣଙ୍କ ସିମ୍ କାର୍ଡ କେବେ ବି ବନ୍ଦ ହୋଇଯାଇ ପାରେ । ଭୋଡାଫୋନ୍, ଆଇଡିଆ ଓ ଭାରତୀ ଏୟାରଟେଲ୍ ୨୫ କୋଟି ୨ଜି ମୋବାଇଲ କନେକ୍ସନକୁ ବନ୍ଦ କରିବାର ପ୍ଲାନ କରିଛି । କମ୍ପାନୀ ଏହି ଫଇସଲା ପ୍ରତ୍ୟେକ ଗ୍ରାହକଙ୍କ ହାରାହାରି ରାଜସ୍ୱରେ ଆସିଥିବା ଅଭାବ କାରଣରୁ କରିଛି । ଏକ ରିପୋର୍ଟ ଅନୁସାରେ, ୨୫୦ ମିଲିୟନ୍ ସବସ୍କ୍ରାଇବର ଗୋଟିଏ ମାସରେ ୩୫ ଟଙ୍କାରୁ ବି କମ୍ ରିଚାର୍ଜ କରାନ୍ତି । ଏୟାରଟେଲ ପାଖରେ ଏମିତି ୧୦୦ ମିଲିୟନ୍ ୟୁଜର ଓ ଭୋଡାଫୋନ୍ ଆଇଡିଆ ପାଖରେ ପାଖାପାଖି ୧୫୦ ମିିଲିୟନ୍ ୟୁଜର ଅଛନ୍ତି, ଯେଉଁମାନେ ଗୋଟିଏ ମାସରେ ୩୫ ଟଙ୍କାରୁ ବି କମ୍ ରିଚାର୍ଜ କରାନ୍ତି । ସେଥିପାଇଁ କମ୍ପାନୀ ସର୍ବନିମ୍ନ ୩୫ ଟଙ୍କା ରିଚାର୍ଜ କରିବାକୁ ଅନିବାର୍ଯ୍ୟ ଘୋଷଣା କରିଛି ।

ଏବେ କମ୍ପାନୀ ଗୁଡିକୁ ଏହି ୟୁଜର୍ସଙ୍କ ଠାରୁ ୧୦ ଟଙ୍କାର ଇଜଚଟ ମିଳେ । ଯଦି ସର୍ବନିମ୍ନ ରିଚାର୍ଜ ଏହା ରହେ, ତେବେ ଭାରତୀ ଏୟାରଟେଲକୁ ତାଙ୍କ ଠାରୁ ୧୦୦ ଟଙ୍କାର ମାସକୁ ରେଭେନ୍ୟୁ ମିଳିବ । ଯଦି ଏମାନଙ୍କ ମଧ୍ୟରୁ ଅଧା ୟୁଜର ବି ନେଟୱର୍କରେ ରହୁଛନ୍ତି ଓ ୩୫ ଟଙ୍କିଆ ପ୍ଲାନ ନେଉଛନ୍ତି, ତେବେ ତାଙ୍କୁ ଗୋଟିଏ ମାସରେ ୧୭୫ କୋଟି ଟଙ୍କାର ଆୟ ହେବ । ଟେଲିକମ୍ କମ୍ପାନୀ କମ୍ ରିଚାର୍ଜ କରାଉଥିବା ୨ଜି ୟୁଜର୍ସଙ୍କୁ ଏଥିପାଇଁ ଟାର୍ଗେଟ କଲେ, କାହିଁକିନା ତାଙ୍କ ଠାରୁ କମ୍ପାନୀକୁ କମ୍ ଆମଦାନୀ ହେଉଥିଲା । ଏହା ସହିତ କମ୍ପାନୀ ନିଜର ୨ଜି ନେଟୱର୍କକୁ କମ୍ କରିବାକୁ ଚାହେଁ । ଯଦ୍ୱାରା ୪ଜି ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି କରାଯାଇପାରିବ ।