କେବଳ ମେହୁଲ ହିଁ ନୂହେଁ ଆପଣ ବି ନେଇପାରିବେ ଏହି ଦେଶର ନାଗରିକତ୍ୱ : ଜାଣନ୍ତୁ ସେହି ଦେଶ ଗୁଡିକ ବିଷୟରେ ଯେଉଁଠି ନାଗରିକତା ହାସଲ କରିବା ଅତି ସହଜ

22

ପିଏନବି ଦୂର୍ନୀତି ମାମଲାର ଅଭିଯୁକ୍ତ ମେହୁଲ ଚୋକସି କାରିବିଆନ ଦେଶ ଆଣ୍ଟିଗା ଓ ବରବୁଡାରେ ଅଛନ୍ତି ଏବଂ ସେ ସେଠାକାର ନାଗରିକତା ବି ନେଇସାରିଛନ୍ତି । ମେହୁଲ ଚୋକସି ଆଇନ ଅନୁସାରେ ସେଠାକାର ସିଟିଜେନସିପ୍ ବାଏ ଇନଭେଷ୍ଟମେଣ୍ଟ ପ୍ରୋଗ୍ରାମ’ ଅଧିନରେ ନେଇଛନ୍ତି । ଦୁନିଆରେ ଏମିତି ଅନେକ ଦେଶ ଅଛି, ଯେଉଁଠି ସହଜରେ ନାଗରିକତ୍ୱ ମିଳିଯିବ । କିନ୍ତୁ ଏହା ବଦଳରେ ସେହି ଦେଶ ମାନଙ୍କରେ ଅଧିକରୁ ଅଧିକ ନିବେଶ କରିବାକୁ ପଡେ । ଆସନ୍ତୁ ଜାଣିବା ଏମିତି କିଛି ଦେଶ ବିଷୟରେ ଯେଉଁଠି ବିନା କୈାଣସି ବାଧାବିଘ୍ନରେ ଅନ୍ୟ ନାଗରିକତା ନିଆଯାଇପାରିବ ।

ଗ୍ରେନାଡାର ନାଗରିକତା : ଦେଶର ଅର୍ଥବ୍ୟବସ୍ଥା ବା ରିୟଲ ଇଷ୍ଟେଟ୍ ଡେଭେଲପମେଣ୍ଟରେ ସିଧା ୨୦ ଲକ୍ଷ ଡଲାର ନିବେଶ କରି କୈାଣସି ଆବେଦକ ନାଗରିକତା ପ୍ରାପ୍ତ କରିପାରିବେ । ଏହା ସହିତ ତାଙ୍କୁ କାମ କରିବାର ଅଧିକାର ବି ମିଳେ । ଗ୍ରେନାଡାରେ ରହିବା ବ୍ୟତୀତ ଏହା ୟୁଏସ୍ ଇ୨ ନିବେଶ ଭିଜା ପ୍ରୋଗ୍ରାମ ପାଇଁ ବି ରାସ୍ତା ଖୋଲିଦିଏ ଯାହା ଭାରତୀୟଙ୍କ ଠାରେ ବହୁତ ଲୋକପ୍ରିୟ ।

ସେଣ୍ଟ କିଟ୍ସ ଆଣ୍ଡ ନେଭସ୍ : ୪ ଲକ୍ଷ ଡଲାରର ସମ୍ପତ୍ତି କିଣୁଥିବା ଲୋକଙ୍କୁ ଏହି ଦେଶରେ ରହିବାର ଅଧିକାର ମିଳିଯାଏ । ଏହା ବ୍ୟତୀତ ତାଙ୍କୁ ୧୦୦ରୁ ବି ଅଧିକ ଦେଶରେ ଭିଜା-ଫ୍ରୀ ଯାତ୍ରା କରିବା ପାଇଁ ବି ସୁବିଧା ମିଳେ । ଯେଉଁଥିରେ କାନାଡା, ୟୁକେ, ହଙ୍ଗକଙ୍ଗ ଓ ସିଙ୍ଗାପୁର ଭଳି ଦେଶ ସାମିଲ ଅଛନ୍ତି ।

ୟୁରୋପୀୟ ଦେଶ :

୧) ସାଇପ୍ରସ : ରିଅଲ ଇଷ୍ଟେଟ୍ ରେ ୨୦ ଲକ୍ଷ ୟୁରୋ ଅର୍ଥାତ୍ ୧୫ କୋଟି ୯୨ ଲକ୍ଷ ୮୪ ହଜାର ୭୦୮ ଟଙ୍କା ନିବେଶ ଜରିଆରେ ଆବେଦକ ଓ ପୁରା ପରିବାରକୁ ଅତିଶୀଘ୍ର ନାଗରିକତା ମିଳିପାରିବ ।

୨) ମାଲ୍ଟା : ୫ ବର୍ଷର ଚୁକ୍ତି ଅଧିନରେ ୨ ଲକ୍ଷ ୟୁରୋ ନିବେଶ । ଆବେଦକଙ୍କ କୈାଣସି ଅପରାଧିକ ମାମଲା ନଥିବା ଉଚିତ୍ କାହିଁକିନା ମାଲ୍ଟା ସରକାର ବିଶ୍ୱ ସ୍ତରରେ ବ୍ୟାପକ ଅପରାଧିକ ଯାଂଚ କରୁଛି । ନାଗରିକତା ମିଳିଲେ ଆମେରିକା ସହିତ ୧୬୦ ଦେଶର ଭିଜା ଫ୍ରି ଯାତ୍ରା କରାଯାଇପାରିବେ ।

୩) ପୁର୍ତ୍ତୁଗାଲ ଗୋଲ୍ଡେନ୍ ରେଜିମେଣ୍ଟ ପରିମିଟ୍ ପ୍ରୋଗ୍ରାମ : ଏହା ଅଣ-ଇୟୁ ନିବେଶକଙ୍କ ପାଇଁ ଆରମ୍ଭ କରାଯାଇଥିବା ପ୍ରୋଗ୍ରାମ । ଆବେଦକ ସର୍ବନିମ୍ନ ୫ ଲକ୍ଷ ୟୁରୋ ସମ୍ପତ୍ତି କିଣିବାକୁ ପଡେ ।