ଏହି ୪ଟି ଇଣ୍ଟରନେଟ୍ ସୁରକ୍ଷା ଆଲର୍ଟକୁ ଅଣଦେଖା କରନ୍ତୁନି : ଆପଣଙ୍କ କମ୍ପ୍ୟୁଟରକୁ ଆସିପାରେ ଭାଇରସ୍

13

ଆମେ ସମସ୍ତେ ଜାଣିଛେ କି ଇଣ୍ଟରନେଟ୍ ରେ କେତେ ପ୍ରକାରର ଭାଇରସ୍ ଥାଏ, ଯାହା ସବୁବେଳେ ଏମିତି କମ୍ପ୍ୟୁଟରର ସନ୍ଧାନରେ ଥାଏ, ଯେଉଁଥିରେ କିଛି ପ୍ରୋଟେକ୍ସନ ନଥିବ । ଅର୍ଥାତ୍ ଆପଣଙ୍କ ପିସିରେ ଆଣ୍ଟିଭାଇରସ୍ ବା ମାଲୱେର ରିମୁଭ କରୁଥିବା ସଫ୍ଟୱେର ନାହିଁ, ତେବେ ଭାଇରସ୍ ଇଣ୍ଟରନେଟ୍ ଦ୍ୱାରା ସହଜରେ ଆପଣଙ୍କ ପିସିରେ ଆସି ନା କେବଳ ସମସ୍ତ ତଥ୍ୟ ଚୋରାଇ ନେବେ ବରଂ ପିସିକୁ କରପ୍ଟ ବି କରିନେବେ । ଇଣ୍ଟରନେଟ୍ ର ବ୍ୟବହାର କରୁଥିବା ସମୟରେ ଆପଣଙ୍କୁ ଅନେକ ଥର ବ୍ରାଉଜର ଓ ଅପରେଟିଙ୍ଗ ସିଷ୍ଟମରୁ ସତର୍କ ସୂଚନା ଆସେ । ଏହି ମାମଲାରେ ଆପଣ ଏହି ସଂକେତ ଉପରେ ବିଚାର କରି ଏହାକୁ ଗମ୍ଭୀରତାର ସହ ନିଅନ୍ତୁ । ଆସନ୍ତୁ ଜାଣିବା ଏହି ୪ଟି ଇଣ୍ଟରନେଟ୍ ସୁରକ୍ଷା ଆଲର୍ଟ ବିଷୟରେ ଯାହାକୁ ଅଣଦେଖା କରିବା ଉଚିତ୍ ନୁହେଁ ।

୧. ଆଗ ସାଇଟ୍ ରେ ମାଲୱେର ଅଛି : ଏହା ଆପଣଙ୍କୁ ସ୍ପଷ୍ଟ ସୂଚନା ଦେବ କି ଆପଣ ଯେଉଁ ସାଇଟ୍ କୁ ଯାଉଛନ୍ତି ତାହା ମାଲୱେର ସଂକ୍ରମିତ ଅଛି ।

୨. ୱିଣ୍ଡୋଜ୍ ଫାୟାରୱାଲ ଏହି ଆପର କିଛି ଫିଚର୍ସ କୁ ବ୍ଲକ୍ କରିଦେଇଛି : ଯେତେବେଳେ ଆପଣ ଫାୟାରୱାଲ ସୁରକ୍ଷା ପ୍ରଣାଳୀକୁ ଚାଲୁ କରନ୍ତି, ତେବେ ଏହା ଆପଣଙ୍କୁ କତେ ପ୍ରକାରର ୱାର୍ନିଙ୍ଗ ଦିଏ ।

୩. ଏହି ୱେବସାଇଟ୍ ର ସୁରକ୍ଷା ପ୍ରମାଣପତ୍ରରେ କିଛି ସମସ୍ୟା ଅଛି : ଏହି ଚେତାବନୀ ସେତେବେଳେ ଆସେ ଯେବେ କୈାଣସି ୱେବସାଇଟ୍ ର ସୁରକ୍ଷା ପ୍ରମାଣ ପତ୍ର ସରିଯାଇଥିବ ।

୪. ଭାଇରସ୍ ସୁରକ୍ଷା ଚାଲୁ କରନ୍ତୁ : ଏହି ସନ୍ଦେଶ ସେତେବେଳେ ଆସେ, ଯେତେବେଳେ ଆପଣଙ୍କ ସିଷ୍ଟମର ଆଣ୍ଟି ଭାଇରସ୍ ବନ୍ଦ ହୋଇଯାଇଥିବ ।