୨୦୨୦ ଏପ୍ରିଲ ପହିଲାରୁ ଭାରତରେ ଗଡ଼ିବ BS-6 ମଡେଲ ଗାଡ଼ି । ନୂଆ ରଙ୍ଗର ନମ୍ବର ପ୍ଲେଟ, ଭିନ୍ନ ମଡ଼େଲରେ ଲାଗିବ ଭିନ୍ନ ରଙ୍ଗର ଷ୍ଟିକର ।

41

କନକ ବ୍ୟୁରୋ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରାଧିକ ହେବାରୁ ସୁପ୍ରିମକୋର୍ଟଙ୍କ ଶୁଣାଣି । ତୁରନ୍ତ ଏ ବାବଦରେ ପଦକ୍ଷେପ ନେଉ କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରଣାଳୟ । ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ଜଣାଇଛନ୍ତି ଯେ, ଆସନ୍ତା ୨୦୨୦ ଏପ୍ରିଲ ପହିଲାରୁ ଭାରତରେ କେବଳ ବିଏସ-୬ ଯାନ ଉପଲବ୍ଧ କରାଯିବ । ଗତକାଲି ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଏଭଳି ପ୍ରସ୍ତାବ ଦେଇଛି କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରଣାଳୟ । ଏବଂ ବିଶେଷ କରି ଭାରତର ରାଜଧାନୀ ଦିଲ୍ଲୀରେ ଟ୍ୟାକ୍ସି ଚାଳକ ଯଦି ବିଏସ-୬ ମଡେଲ ଗାଡ଼ି କିଣୁଛନ୍ତି ତା’ହେଲେ ସେମାନଙ୍କୁ କିଛି ରିହାତି ମଧ୍ୟ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିବା ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।

୨୦୨୦ରେ ଯଦି ଭାରତରେ ବିଏସ-୬ ମଡ଼େଲ ଗାଡ଼ି ଚାଲିବ । ତେବେ ଏହାକୁ ଚିହ୍ନଟ କରିବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଆପଣାଇବା ପାଇଁ ପେଟ୍ରୋଲିୟ ମନ୍ତ୍ରଣାଳୟକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ । ବିଶେଷ କରି ବିଏସ-୩, ବିଏସ-୪ ଏବଂ ବିଏସ-୬ ମଡେଲ ଗାଡ଼ିରେ ଭିନ୍ନ ଭିନ୍ନ ରଙ୍ଗର ଷ୍ଟିକର ଲଗାଯିବ । ଯାହାଦ୍ୱାରା ୩ଟି ବର୍ଗର ଯାନକୁ ଚିହ୍ନଟ କରିବାରେ ସହଜ ହେବ । ଏହାସହ ଏହି ୩ଟି ବର୍ଗର ଗାଡ଼ିମାନଙ୍କର ଭିନ୍ନ ଭିନ୍ନ ନମ୍ବର ପ୍ଲେଟ ମଧ୍ୟ କରିବା ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି । ଏହାର ପ୍ରାରମ୍ଭିକ ପ୍ରକ୍ରିୟା ବିଏସ-୬ ମଡ଼େଲ ଗାଡ଼ିରୁ କରାଯାଉ , ଯେଉଁଥିରେ ଅଲଗା ରଙ୍ଗର ନମ୍ବର ପ୍ଲେଟ କରିବା ପାଇଁ ବ୍ୟବସ୍ଥା କରନ୍ତୁ ।

ତେବେ ସୁପ୍ରିମକୋର୍ଟଙ୍କ ଏଭଳି ପ୍ରସ୍ତାବକୁ ଗୁରୁତ୍ୱକାର ସହ ନେଇ ୨୦୨୦ ଏପ୍ରିଲ ପହିଲାରୁ ଭାରତୀୟ ମାର୍କେଟରେ କେବଳ ବିଏସ-୬ ଗାଡ଼ି ହିଁ ଉପଲବ୍ଧ କରାଯିବ ବୋଲି ପେଟ୍ରୋଲିୟ ମନ୍ତ୍ରଣାଳୟ କହିଛନ୍ତି । ଯେଉଁଗାଡ଼ି ବିଏସ-୬ ମଡେଲ ନୁହେଁ ତାହା କେବଳ ଆଗାମୀ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବିକ୍ରି ହେବ ବୋଲି କହିଛି ମନ୍ତ୍ରଣାଳୟ ।