ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: କୌଣସି ଯୋଗ୍ୟତା ପର୍ଯ୍ୟାୟ ପରୀକ୍ଷାରେ ଲାଗୁହେବନି ସଂରକ୍ଷଣ ବ୍ୟବସ୍ଥା

ଚୂଡାନ୍ତ ମନୋନୟନ ସମୟରେ ହିଁ ସଂରକ୍ଷଣ ନେଇ କରାଯିବ ବିଚାର

5,840

କନକ ବ୍ୟୁରୋ: କୌଣସି ଯୋଗ୍ୟତା ପରୀକ୍ଷାରେ ଲାଗୁ ହେବ ନାହିଁ ସଂରକ୍ଷଣ ବ୍ୟବସ୍ଥା । କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ସିଟିଇଟି- ୨୦୧୯ରେ ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦ପ୍ରତିଶତ ସଂରକ୍ଷଣ ଦାବି କରି ହୋଇଥିବା ଏକ ଆବେଦନର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଇନ୍ଦିରା ବାନାର୍ଜୀ ଓ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ଏହି ରାୟ ଦେଇଛନ୍ତି ।

ଖଣ୍ଡପୀଠ କହିଛନ୍ତି କୌଣସି ଯୋଗ୍ୟତା ପରୀକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ ଭୁଲ । ସିଟିଇଟି ଗୋଟିଏ ଯୋଗ୍ୟତା ଅର୍ଜନକାରୀ ପରୀକ୍ଷା । ତେଣୁ ଏଥିିରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିବ ନାହିଁ । ତେବେ ଚୂଡାନ୍ତ ମନୋନୟନ ବା ନାମଲେଖାବେଳେ ହିଁ ସଂରକ୍ଷଣ ନେଇ ବିଚାର କରାଯିବ । ସିଟିଇଟି ପରୀକ୍ଷା ଜୁଲାଇ ୭ରେ ହେବାକୁ ଥିବାବେଳେ ଏଥିପାଇଁ ଜାନୁଆରୀରେ ବିଜ୍ଞାପନ ପ୍ରକାଶ ପାଇଥିଲା । ରଜନୀଶ କୁମାର ପାଣ୍ଡେ ନାମକ ଜଣେ ଆଶାୟୀ ଏଥିରେ ଅର୍ଥନୈତିକ ଅନଗ୍ରସରଙ୍କ ପାଇଁ ୧୦ପ୍ରତିଶତ ସଂରକ୍ଷଣ ପାଇଁ ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।