ଶିକ୍ଷା ଅଧିକାରରେ ପରିବର୍ତ୍ତନ ପାଇଁ ସଂସଦରେ ଦାଖଲ ହେଲା ବିଲ୍ ! ଛାତ୍ରଛାତ୍ରୀଙ୍କ ପାଇଁ ଆସିପାରେ ଏହି ନୂଆ ନିୟମ ।

25

କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର, ଶିକ୍ଷା ଅଧିକାର ଆଇନରେ ସଂଶୋଧନ କରିବା ପାଇଁ ସଂସଦରେ ବିଲ ଦାଖଲ କରିଛନ୍ତି । ୨୦୧୭ର ରାଇଟ୍ ଟୁ ଫ୍ରି ଏଜୁକେସନ୍ ସେକେଣ୍ଡ ଆମେଣ୍ଟମେଣ୍ଟ ବିଲକୁ ସଂସଦରେ ଉପସ୍ଥାପନ କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଡେକର । ଏହା ସହ ସେ କହିଛନ୍ତି ରାଜ୍ୟ ସରକାର ଏହି ବିଲକୁ ସମର୍ଥନ ଜଣାଇଛନ୍ତି । ଜାଭଡେକର କହିଛନ୍ତି ଯେ, ସମସ୍ତ ରାଜ୍ୟ ଏହି ବିଲକୁ ସମର୍ଥନ କରିଥିବାରୁ ସେ ଅତ୍ୟନ୍ତ ଖୁସି ଅଛନ୍ତି । ୨୨ଟି ରାଜ୍ୟ ଏହି ବିଲରେ ପରିବର୍ତ୍ତନ ହେବା ସପକ୍ଷରେ ରହିଛନ୍ତି ।

ଏହି ବିଲରେ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ କୌଣସି ବିଦ୍ୟାର୍ଥୀଙ୍କର ପ୍ରଦର୍ଶନ ଆଧାରରେ ଆଗ ଶ୍ରେଣୀକୁ ଯିବା ପାଇଁ ରୋକା ଯାଇପାରିବ ନାହିଁ । କିନ୍ତୁ ପରୀକ୍ଷା ବ୍ୟବସ୍ଥାକୁ ମଧ୍ୟ ଅଣଦେଖା କରାଯିବ ନାହିଁ । ଏଥିପାଇଁ ପଞ୍ଚମ ଶ୍ରେଣୀରେ ଦୁଇ ଥର ପରୀକ୍ଷାର ଆୟୋଜନ କରାଯିବ । ଯଦି କୌଣସି ପରୀକ୍ଷାର୍ଥୀ ମାର୍ଚ୍ଚ ମାସରେ ହେଉଥିବା ପରୀକ୍ଷାରେ ଅସଫଳ ହୁଏ ତେବେ ସେମାନଙ୍କ ପାଇଁ ମେ ମାସରେ ଆଉ ଥରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯିବ । ଯଦି କୌଣସି ପରୀକ୍ଷାର୍ଥୀ ଦୁଇଟି ଯାକ ପରୀକ୍ଷାରେ ଅସଫଳ ରୁହେ ତେବେ ରାଜ୍ୟ ବୋର୍ଡ ସେହି ବିଦ୍ୟାର୍ଥୀଙ୍କୁ ସେହି ଶ୍ରେଣୀରେ ରଖିବା ପାଇଁ ନିଷ୍ପତ୍ତି ନେଇପାରେ ।