ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କୁ ମିଳିଲା ଆଶ୍ୱସ୍ଥି : ସ୍ପଷ୍ଟ କଲେ ସରକାର, ପରୀକ୍ଷାର୍ଥୀଙ୍କ ବୟସ ସୀମାରେ ହେବ ନାହିଁ ପରିବର୍ତ୍ତନ

253

ପ୍ରଶାସନିକ ସେବା ପରୀକ୍ଷାରେ ସାମିଲ ହେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ସର୍ବାଧିକ ବୟସ ସୀମାକୁ କମ୍ କରିବା ଖବରକୁ ନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି କି, ସରକାର ଏମିତି କୌଣସି ପଦକ୍ଷେପ ନେଇ ନାହାନ୍ତି । ଏହି ବିଷୟରେ ଯେଉଁ ଆକଳନ କରାଯାଉଥିଲା, ତା’ ଉପରେ ପୂର୍ଣ୍ଣଛେଦ ପଡିବା ଉଚିତ୍ । କିଛି ଦିନ ପୂର୍ବରୁ ନୀତି ଆୟୋଗ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ କି, ସିଭିଲ ସେବା ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ସର୍ବାଧିକ ବୟସ ସୀମା କମ୍ କରାଯିବା ଉଚିତ୍ । ଆୟୋଗ ପରାମର୍ଶ ଦେଇଥିଲା କି, ସାଧାରଣ ବର୍ଗର ପରୀକ୍ଷାର୍ଥୀଙ୍କ ପାଇଁ ବୟସ ସୀମା ୩୦ ବର୍ଷରୁ କମାଇ ୨୭ ବର୍ଷ କରାଯିବା ଉଚିତ୍ ।

ଏବେ ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ବିଷୟରେ କହିଛନ୍ତି କି, ସରକାର ସିଭିଲ ସେବା ପରୀକ୍ଷାରେ ସାମିଲ ହେବାର ବୟସରେ କୌଣସି ପରିବର୍ତ୍ତନ କରିବାର ପଦକ୍ଷେପ ନେଇ ନାହାଁନ୍ତି । ବୟସ ସୀମାକୁ କମାଇବାକୁ ନେଇ ପରାମର୍ଶକୁ ନୀତି ଆୟୋଗ ବର୍ଷ ୨୦୨୨-୨୩ ପର୍ଯ୍ୟନ୍ତ ଲାଗୁ କରିବା ପାଇଁ କହିଥିଲେ ।

 

‘ନୂଆ ଭାରତ ପାଇଁ ରଣନୀତି@୭୫’ ଦସ୍ତାବିଜରେ ଆୟୋଗ ସମସ୍ତ ସିଭିଲ ସେବା ପାଇଁ ଗୋଟିଏ ପରୀକ୍ଷା ଆୟୋଜନ କରିବା ଉପରେ ଜୋର ଦେଇଥିଲା । ଦସ୍ତାବିଜରେ କୁହାଯାଇଥିଲା କି, କେନ୍ଦ୍ର ଓ ରାଜ୍ୟ ସ୍ତରରେ ବର୍ତ୍ତମାନ ୬୦ରୁ ଅଧିକ ଭିନ୍ନ ଭିନ୍ନ ସିଭିଲ ସେବା ଅଛି । ସେବାଗୁଡିକୁ ଯୁକ୍ତିସଂଗତ ବନାଇବା ଓ ତାଳମେଳ ଜରିଆରେ ଏହାର ସଂଖ୍ୟାକୁ କମ୍ କରାଯିବାର ଆବଶ୍ୟକତା ଅଛି । ଦସ୍ତାବିଜ୍ ଅନୁସାରେ, କେନ୍ଦ୍ରୀୟ ଟ୍ୟାଲେଣ୍ଟ ପୁଲରେ ନିଯୁକ୍ତି କରାଯିବା ଉଚିତ୍ । ଏହା ପରେ ପ୍ରାର୍ଥୀଙ୍କୁ କ୍ଷମତା ଓ ରୋଜଗାରର ଆବଶ୍ୟକତା ଆଧାରରେ ତାଙ୍କର ଆବଣ୍ଟନ କରାଯିବା ଉଚିତ୍ ।