ଓଡ଼ିଶାକୁ ଆଶ୍ୱସ୍ତ । ରାଜ୍ୟରେ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ, ହୋଇଛି ପକେଟ୍ ସ୍ପ୍ରେଡ୍, ଡିଏମଇଟି କହିଲେ ଏବେ ବି ଦ୍ୱିତୀୟ ପର୍ଯ୍ୟାୟରେ ରହିଛି କରୋନା ସଂକ୍ରମଣ ।

805

କନକ ବ୍ୟୁରୋ: ଓଡିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ପକେଟ ସ୍ପ୍ରେଡ ହୋଇଛି । କନକ ନ୍ୟୁଜକୁ ଏହି ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଓଡିଶାରେ କରୋନା ସଂକ୍ରମଣ ଏବେ ବି ଦ୍ୱିତୀୟ ଷ୍ଟେଜରେ ହିଁ ରହିଛି । ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିକିତ୍ସା ଦ୍ୱାରା କିପରି ସୁସ୍ଥ ହେଲେ ସେ କଥା ମଧ୍ୟ କହିଛନ୍ତି ଡିଏମଇଟି । ତେବେ ସାମାଜିକ ଦୂରତ୍ୱକୁ ସଠିକ ଭାବେ ପାଳନ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ସେପଟେ ସୂର୍ଯ୍ୟନଗର ଏବଂ ବମିଖାଲ ଅଂଚଳରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ସୂର୍ଯ୍ୟ ନଗର ସଂକ୍ରମଣ କୋଲକାତାରୁ ଆସିଥିବା ବେଳେ ବମିଖାଲ ସଂକ୍ରମଣ ଭୋପାଳରୁ ଆସିଛି । ତେବେ ଏହି ଦୁଇଟି ଘଟଣା ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ ପୂର୍ବରୁ ସନ୍ଦେହ କରାଯାଉଥିଲା । ତେଣୁ ଏହି ଆଶଙ୍କାର ପରୀକ୍ଷା କରିବାକୁ ସଟ୍ ଡାଉନ୍ ହିଁ ଏକମାତ୍ର ଉପାୟ ଥିଲା । ଯାହାର ଫାଇଦା ଆମକୁ ମିଳିଛି । ତେଣୁ ବିଚଳିତ ହୁଅନ୍ତୁ ନାହିଁ କାରଣ ଏଯାବତ୍ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି ।