ମଝି ଆକାଶରେ ଆତଙ୍କ ! ୯୦ ମିନିଟ୍ ଯାଏଁ ୱାସିଂମେସିନ୍ ପରି ଥରିଲା ବିମାନ

29

ମଝି ଆକାଶରେ ଆତଙ୍କ । ୯୦ ମିନିଟ ଧରି ବିମାନରେ କମ୍ପନ । ପର୍ଥରୁ କ୍ୱାଲାଲମପୁର ଅଭିମୁଖେ ବାହାରିଥିବା ଏକ ଏୟାର ଏସିଆ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆତଙ୍କିତ ହୋଇପଡିଥିଲେ ଯାତ୍ରୀ । ସେହି ସମୟର ଅନୁଭୂତି ବଖାଣିଛନ୍ତି କିଛି ଯାତ୍ରୀ । ୱାସିଂମେସିନ ଚାଲୁଥିବା ସମୟରେ ଏହା ଉପରେ ଜଣେ ବ୍ୟକ୍ତିଙ୍କୁ ବସାଇଦେଲେ ଯେମିତି ଅନୁଭବ ହେବ, ଠିକ ସେମିତି ଅନୁଭବ କରିଥିଲେ ବିମାନରେ ଥିବା ଯାତ୍ରୀ । ଜଣେ ଯତ୍ରୀଙ୍କ କହିବା ଅନୁସାରେ ହଠାତ୍ ବିମାନର ଗୋଟିଏ ଡେଣାରେ ବିସ୍ଫୋରଣ ହେଲା ପରି ଶବ୍ଦ ଶୁଭିଥିଲା ।

ଏହାପରେ ବିମାନଟି ଥରିବାକୁ ଲାଗିଲା । କେବଳ ଭଗବାନଙ୍କୁ ପ୍ରାର୍ଥନା କରିବା ଛଡା ଯାତ୍ରୀଙ୍କ ନିକଟରେ ଅନ୍ୟ ଉପାୟ ନଥିଲା । ଭୂମିକମ୍ପ ପରି ଅନୁଭବ କରିଥିଲେ ବିମାନରେ ଥିବା ଯାତ୍ରୀ ଓ କର୍ମଚାରୀ । ଦୀର୍ଘ ୯୦ ମିନିଟ ଧରି ବିମାନକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ ପାଇଲଟ । ତେବେ ବିମାନଟି କୌଣସି ବଡଧରଣର ଦୁର୍ଘଟଣାରୁ ବର୍ତିଯାଇଥିଲା । ଯାନ୍ତ୍ରୀକ ସମସ୍ୟା ଦେଖାଦେବା ପରେ ବିମାନଟି ପୁଣି ପର୍ଥ ଫେରିଆସିଥିବାବେଳେ ବର୍ତି ଯାଇଥିଲେ ଯାତ୍ରୀ ।