ଚୋରକୁ କାବୁ କରି ଗଛରେ ବାନ୍ଧି ନିର୍ଧୁମ ଛେଚିଲେ ଗ୍ରାମବାସୀ ! ଯୁବକଙ୍କୁ ଉଦ୍ଧାର କଲା ପୁଲିସ, ୨ଫେରାର

24

କନକ ବ୍ୟୁରୋ : ଚୋରକୁ ବାନ୍ଧି ନିର୍ଧୁମ ଛେଚା । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଜଗନ୍ନାଥପୁର ଗାଁରେ । ଗତକାଲି ବିଳମ୍ବିତ ରାତିରେ ଗାଁର ଶରତ ଜେନାଙ୍କ ଘରୁ ଗ୍ରୀଲ କାଟି ୩ ଜଣ ଚୋରି କରୁଥିଲେ । ଏହି ସମୟରେ ଗାଁଲୋକେ ଜଣକୁ କାବୁ କରିଥିଲେ ।

ଅନ୍ୟଦୁଇଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଧରାପଡିଥିବା ଚୋରକୁ ଲୋକେ ବାନ୍ଧି ନିର୍ଧୁମ ମାଡମାରିଛନ୍ତି । ପୋଲିସ ଘଟଣାସ୍ଥଳରେ ପଂହଚି ଚୋରକୁ ଉଦ୍ଧାର କରି ଥାନାରେ ଅଟକ ରଖିଛି । ଚୋରା ଜିନିଷ ଓ ମାରଣାସ୍ତ୍ର ଜବତ ହୋଇଛି । ଦେଖନ୍ତୁ ଏହି ଭିଡିଓ –