ବଲିଉଡର ଡ୍ରିମ୍ ଗର୍ଲଙ୍କ ଘରୁ ଚୋରି ! ଚାକର ଉପରେ ସନ୍ଦେହ

51

ଡ୍ରିମ୍ ଗର୍ଲଙ୍କ ଘରୁ ଚୋରି । ବଲିଉଡ଼୍ ଡ୍ରିମ୍ ଗର୍ଲ ତଥା ବିଜେପି ସାଂସଦ ହେମା ମାଳିନୀଙ୍କ ଅନ୍ଧେରୀ ସ୍ଥିତ ଗୋଦାମରୁ ପୋଷାକ ଓ ଅଳଙ୍କାର ସମେତ ଅନେକ ମୂଲ୍ୟବାନ ଜିନିଷ ଚୋରି ହୋଇଯାଇଛି । କୁହାଯାଉଛି ଚୋରି ହୋଇଥିବା ଜିନିଷର ମୂଲ୍ୟ ପାଖାପାଖି ୯୦ ହଜାର ଟଙ୍କା । ଏହି ଗୋଦାମରେ ହେମା ମାଳିନୀ ନିଜର ଥିଏଟର ଓ ସିନେମାର କଷ୍ଟ୍ୟୁମ, ଅଳଙ୍କାର ଓ କିଛି ଜରୁରୀ ଜିନିଷ ରଖନ୍ତି । ଏହାର ବ୍ୟବହାର ସେ ପ୍ରାୟତଃ ନିଜର ଷ୍ଟେଜ୍ ସୋ’ ଓ ସୁଟିଂ ସମୟରେ କରନ୍ତି । ତେବେ ଜୁହୁ ପୋଲିସ ଷ୍ଟେସନରେ ଚୋରି ନେଇ ମାମଲା ରୁଜୁ ହୋଇଛି ।

hema-maliniଗୋଦାମରେ ସଫାସୁତୁରା କାର୍ଯ୍ୟରେ ନିୟାଜିତ ହୋଇଥିବା ଚାକର ଉପରେ ସନ୍ଦେହ କରୁଛି ପୁଲିସ । କୁହାଯାଉଛି ଉକ୍ତ ଚାକର ଜଣକ ୫ଦିନ ପୂର୍ବରୁ କାମରେ ଯୋଗ ଦେଇଥିଲେ । ତାଙ୍କୁ ଗୋଦାମର ଦେଖାରଖା କରିବା ସହ ସଫାସୁତୁରା କାର୍ଯ୍ୟ ପାଇଁ ରଖାଯାଇଥିଲା । ତେବେ ପୁଲିସ ଏବେ ଉକ୍ତ ଚାକରକୁ ଖୋଜୁଛି ।

ସୂଚନାଯୋଗ୍ୟ ହେମା ମାଳିନୀ ଏବେ ଭାରତୀୟ ସିନେ ମହୋତ୍ସବରେ ଯୋଗ ଦେବା ପାଇଁ ଋଷ ଯାଇଛନ୍ତି । ଚୋରି ବିଷୟରେ ସର୍ବ ପ୍ରଥମେ ମ୍ୟାନେଜର ଜାଣିବା ପାଇଁ ପାଇଥିଲେ । ଗୋଦାମରେ ବିଭିନ୍ନ ଜିନିଷ ନଥିବାରୁ ସେ ଗୋଦାମରୁ ଚୋରି ହୋଇଥିବା ଜାଣିପାରିଥିଲେ । ଆଉ ହେମାଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ । ତେବେ ଚୋରି ବିଷୟରେ ହେମା କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଛନ୍ତି । ହେମା ମାଳିନୀ ଉତ୍ତରପ୍ରଦେଶର ମଥୁରାର ବିଜେପରି ଜଣେ ସାଂସଦ ଅଟନ୍ତି । ସେ ସିନେମାରେ ଅଭିନୟ କରିବା ସହ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ । ହେମା ଦେଶ ବିଦଶେରେ ପ୍ରାୟତଃ ନୃତ୍ୟ ପ୍ରଦର୍ଶନ କରିନ୍ତି ।