ଫୁଙ୍ଗୁଳା ଦେହରେ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି ୬୦ରୁ ଉର୍ଦ୍ଧ୍ୱ ନିରାଶ୍ରୟ ପୁରୁଷ-ମହିଳା : ଚୁପ୍ ବସିଛି ପ୍ରଶାସନ, ଭୋକିଲାଙ୍କ ଦେବଦୂତ ସାଜିଛନ୍ତି ଯାଜପୁରର ଦ ୟୁଥ୍ ମାସ୍ କ୍ଲବର ଯୁବଗୋଷ୍ଠୀ

844

କନକ ବ୍ୟୁରୋ :କୋରୋନା ପାଇଁ ଚାରିଆଡେ କଡା କଟକଣା । ଲକଡାଉନ୍ ଯୋଗୁଁ ବାହାରକୁ ବାହାରିବା ମନା । ତେବେ ଏସବୁ ଭିତରେ ଭୋକ ଉପାସରେ ଦିନ କାଟୁଛନ୍ତି ଅସହାୟ । ଯାଜପୁର ବ୍ୟାସନଗର ସହରର ପ୍ରମୁଖ ଅଞ୍ଚଳ ଭାବେ ପରିଚିତ ଷ୍ଟେସନ ବଜାର ଓ ବସଷ୍ଟାଣ୍ଡ ଅଞ୍ଚଳରେ ଦେଖିବାକୁ ମିଳିଛି କିଛି ଅଭାବନୀୟ ଦୃଶ୍ୟ । ଅସ୍ବାସ୍ଥ୍ୟକର ପରିବେଶରେ ପଡିରହିଛନ୍ତି ୬୦ରୁ ଉର୍ଦ୍ଧ ଅସହାୟ ଓ ନିରାଶ୍ରୟ ପୁରୁଷ-ମହିଳା । କଟକଣା ଯୋଗୁଁ କେଉଁଆଡେ ଯାଆସ କରିନପାରି କିଏ ଫୁଟପାଥରେ ଆଉ କିଏ ଦୋକାନ ବାରଣ୍ଡାରେ ଦୀର୍ଘ ୪ଦିନ ଧରି ଭୋକଉପାସରେ ପଡିରହିଛନ୍ତି । ତେବେ ଏମାନଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ସ୍ଥାନୀୟ କ୍ଲବ ଦ୍ ୟୁଥ ମାସର ଯୁବକମାନେ ସ୍ଥାନୀୟ କ୍ଲବ ଦ୍ ୟୁଥ ମାସର ଯୁବକମାନେ ।

ଫୁଙ୍ଗୁଳା ଦେହରେ ଖୋଲା ଆକାଶ ତଳେ ରାସ୍ତା କଡରେ ପଡିରହିଥିବା ଥିବା ଏହି ଅସହାୟଙ୍କୁ ସହାୟତାର ହାତ ବଢାଇଛନ୍ତି । ଭୋକିଲାଙ୍କ ମୁହଁରେ ଦାନା ଦେଇ ଅସହାୟଙ୍କ ସାହାଭରସା ପାଲଟିଛନ୍ତି । ଭୋକ ସାଙ୍ଗକୁ କୋରୋନା ସଂକ୍ରମଣ ଚିନ୍ତା । ପ୍ରାୟ ଅଧିକାଂଶଙ୍କର ନିର୍ଦ୍ଧିଷ୍ଟ ଠିକଣା ବି ନାହିଁ । ଉପଯୁକ୍ତ ଥଇଥାନ ପ୍ରଦାନ କରିବା ସହିତ କୋରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ମାସ୍କ କିମ୍ବା ସାନିଟାଇଜର ଆଦି ଯୋଗାଇଦେବାକୁ ଦାବି କରିଛନ୍ତି ଯୁବକମାନେ। ତେବେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ପଚରାଯିବାକୁ, ସେ କହିଛନ୍ତି ଅସ୍ଥାୟୀ ଭାବେ ସେମାନଙ୍କ ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି ।