ବିଶ୍ୱର ଷଷ୍ଠ ସର୍ବାଧିକ ପ୍ରଶଂସିତ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ପଛରେ ପଡ଼ିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

307

କନକ ବ୍ୟୁରୋ : ଲଗାତାର ଦ୍ୱିତୀୟ ଥର ସତ୍ତା ହାସଲ ପରେ ବିଶ୍ୱ ସ୍ତରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଛବି ଦିନକୁ ଦିନ ଚମକିବାରେ ଲାଗିଛି । ବ୍ରିଟେନର ଏକ ଇଣ୍ଟରନେଟ୍ ମାର୍କେଟ୍ ରିସର୍ଚ୍ଚ ଏବଂ ଡାଟା ଆନାଲିଟିକ୍ସ କମ୍ପାନି ‘ୟୁଗଭ୍’ ଦ୍ବାରା ହୋଇଥିବା ସର୍ବେକ୍ଷଣରୁ ଏହା ଜଣାପଡ଼ିଛି ।  YouGov ଦ୍ଵାରା ଚଳିତ ବର୍ଷର ଦୁନିଆର ଶୀର୍ଷ ୨୦ ପ୍ରଶଂସିତ ମହିଳା ଓ ପୁରୁଷଙ୍କ ତାଲିକା ପ୍ରକାଶ କରାଯାଇଛି । ବିଶ୍ୱର ଷଷ୍ଠ ସର୍ବାଧିକ ପ୍ରଶଂସିତ ବ୍ୟକ୍ତି ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାବ୍ୟତୀତ ମୋଦି ୨୦୧୯ ମସିହାରେ ସମଗ୍ର ବିଶ୍ବରେ ସର୍ବାଧିକ ପ୍ରଶଂସିତ ଭାରତୀୟ ଭାବେ ବିବେଚିତ ହୋଇଛନ୍ତି । ଏହି ତାଲିକାରେ ଦ୍ଵିତୀୟରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ରହିଥିବା ବେଳେ ଭାରତୀୟ ମହିଳାଙ୍କ ମଧ୍ୟରେ ଦୀପିକା ପାଦୁକୋନ୍ ପ୍ରଥମ ସ୍ଥାନରେ ଅଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁନିଆରେ ସବୁଠୁ ଅଧିକ ପ୍ରଶଂସା ସାଉଁଟିବା ତାଲିକାରେ ଭାରତୀୟ ଭାବେ ପ୍ରଥମ ସ୍ଥାନରେ ଅଛନ୍ତି । ମୋଦି ବାଦ୍ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ, ଶିଳ୍ପପତି ରତନ ଟାଟା , କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ବିରାଟ କୋହଲି ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍ ମଧ୍ୟ ଏହି ତାଲିକାରେ ରହିଛନ୍ତି । ତାଲିକାରେ ଅମିତାଭଙ୍କୁ ୧୨ତମ ସ୍ଥାନରେ ରଖିଛି । କିଙ୍ଗ ଖାନ ଶାହରୁଖ ଏହି ତାଲିକାରେ ୧୬ତମ ସ୍ଥାନରେ ଅଛନ୍ତି । YouGovର  ସବୁଠୁ ଅଧିକ ପ୍ରଶଂସା ସାଉଁଟିଥିବା ୨୦ ଅଭିନେତ୍ରୀଙ୍କ ତାଲିକାରେ ବ ଐଶ୍ଵର୍ଯ୍ୟା ରାୟ, ପ୍ରିୟଙ୍କା ଚୋପ୍ରା ସହିତ ଦୀପିକା ପାଦୁକୋନ୍ ଏବଂ ସୁସ୍ମିତା ସେନଙ୍କ ନାମ ମଧ୍ୟ ସାମିଲ ।

ତେବେ ତାଲିକାରେ ବିଲ୍ ଗେଟ୍ସ  ବିଶ୍ୱର ସର୍ବାଧିକ ପ୍ରଶଂସିତ ବ୍ୟକ୍ତି ବ୍ୟକ୍ତିତ୍ବ ବିବେଚିତ ହୋଇଥିବା ବେଳେ ମିସେଲ୍ ଓବାମା ବିଶ୍ବର ସର୍ବାଧିକ ପ୍ରଶଂସିତ ମହିଳା ବିବେଚିତ ହୋଇଛନ୍ତି । ଆଞ୍ଜେଲିନା ଜୋଲିଙ୍କୁ ବାଦ୍ ଦେଇ ମିସେଲ୍ ଓବାମା ବିଶ୍ବର ସର୍ବାଧିକ ପ୍ରଶଂସିତ ମହିଳା ବିବେଚିତ ହୋଇଛନ୍ତି । ଏହି ସର୍ବେକ୍ଷଣ ଅନଲାଇନରେ ହୋଇଥିଲା ଏବଂ ଗତବର୍ଷ ଡିସେମ୍ବରରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ।