୫୧ ଲକ୍ଷ ଋଦ୍ରାକ୍ଷରେ ପ୍ରସ୍ତୁତ ହୋଇଛି ଦୁନିଆର ସବୁଠାରୁ ବଡ ଶିବଲିଙ୍ଗ ! ବାବା ଭୋଳାନାଥଙ୍କ ଦର୍ଶନ ପାଇଁ ଶ୍ରାବଣ ମାସରେ କାଉଡିଆ ଲଗାନ୍ତି ଭିଡ ।

223

ଜୁଲାଇ ୧୭ ତାରିଖରୁ ଶ୍ରାବଣର ପବିତ୍ର ମାସ ଆରମ୍ଭ ହୋଇଯାଇଛି । କାଉଡିଆ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିଛି । ଭଗବାନ ଶିବଙ୍କ ଉପାସନା କରିବା ପାଇଁ କାନ୍ଧରେ କଳସ ଧରି ବାହାରିଲେଣି କାଉଡିଆ ଭକ୍ତ । ଏହି ମାସରେ ସବୁ ଶୈବପୀଠରେ ଗେରୁଆ ବସ୍ତ୍ରଧାରି ଭକ୍ତଙ୍କ ଗହଳି ଦେଖିବାକୁ ମିଳିବ । ହାତରେ ଜଳ ଏବଂ କ୍ଷୀର ଧରି ବାବା ଭୋଳାନାଥଙ୍କୁ ଚଢାଇବା ପାଇଁ ଘରୁ ବାହାରିବେ କାଉଡିଆ । ତେବେ ଆସନ୍ତୁ ଏହି ଘଡିରେ ଜାଣିବା ଭାରତର ସବୁଠାରୁ ଉଚ୍ଚ ଶିବଲିଙ୍ଗଙ୍କ ବିଷୟରେ କିଛି । ଯେଉଁଠି ଶ୍ରାବଣ ମାସ ହେଲେ କାଉଡିଆ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳେ ।

ଗୁଜୁରାଟର ଜୁନାଗଡଠାରେ ରହିଛି ବିଶ୍ୱର ସବୁଠାରୁ ଉଚ୍ଚ ଶିବଲିଙ୍ଗ । ଯାହା ଋଦ୍ରାକ୍ଷ ଶିବଲିଙ୍ଗ ନାମରେ ଭାରତ ପ୍ରସିଦ୍ଧ । ଏହି ଶିବଲିଙ୍ଗର ଉଚ୍ଚତା ୫୧ ଫୁଟ୍ । ଆଉ ଏକ ଋଦ୍ରାକ୍ଷ ଶିବଲିଙ୍ଗ ରାଜସ୍ଥାନର ଜୋଧପୁରଠାରେ ରହିଛି ଯାହାର ଉଚ୍ଚତା ୩୩ ଫୁଟ୍ । ଦୁନିଆର କୋଣ ଅନୁକୋଣରୁ ଏହି ଅପୂର୍ବ ଶିବଲିଙ୍ଗର ଦର୍ଶନ ପାଇଁ ଶ୍ରଦ୍ଧାଳୁ ଧାଇଁ ଆସିଥାନ୍ତି । ଏହି ଶିବଲିଙ୍ଗ ୫୧ ଲକ୍ଷ ଋଦ୍ରାକ୍ଷରେ ପ୍ରସ୍ତୁତ ହୋଇଛି ।