ମହିଳା ଖାଇଲେ ଦରସିଝା ସମୁଦ୍ରୀ ଜୀବ ! କିଛି ଦିନ ପରେ ମୁହଁରୁ ବାହାରିଲା ୧୨ଟି ଛୁଆ ।

44
ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ । କେବଳ ସାଧାରଣ ମଣିଷ ନୁହଁନ୍ତି ବେଳେ ବେଳେ ବୈଜ୍ଞାନିକ ମାନେ ମଧ୍ୟ ଏଭଳି ଘଟଣାକୁ ନେଇ ଚିନ୍ତାରେ ପଡିଯାଆନ୍ତି । ସେହିଭଳି ଏକ ଘଟଣା ଘଟିଛି ଦକ୍ଷିଣ କୋରିଆର ଏକ ମହିଳାଙ୍କ ସହ ।
ଦକ୍ଷିଣ କୋରିଆରେ ସି-ଫୁଡର ବେସ ଚାହିଦା ରହିଛି । ରେଷ୍ଟୁରାଣ୍ଟ ମାନଙ୍କରେ ବିଭିନ୍ନ ପ୍ରକାର ସି-ଫୁଡ ଖାଇବାକୁ ମିଳିଥାଏ । ଜଣେ ମହିଳା ସେହିଭଳି ଏକ ରେଷ୍ଟୁରାଣ୍ଟରେ ଅର୍ଦ୍ଧ ଶିଝା ସ୍କୁଇଟ୍ ବା ଏକ ସାମୁଦ୍ରୀକ ଜୀବ ଖାଇଥିଲେ । କିଛି ଦିନ ପରେ ମହିଳାଙ୍କ ମୁଁହରେ କିଛି ଭିନ୍ନ ଧରଣର ପରିବର୍ତ୍ତନ ଘଟିଥିଲା । ଯାହାକୁ ନେଇ ସେ ବହୁତ ଚିନ୍ତାରେ ପଡିଥିଲେ । ଏବଂ ଏହାର କାରଣ ଜାଣିବା ପାଇଁ ମହିଳା ଜଣକ ଏକ ମେଡିକାଲକୁ ଯାଇଥିଲେ । ଡାକ୍ତର ଯାଞ୍ଚ କରିବା ପରେ କିଛି ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା । ମହିଳାଙ୍କ ପାଟିରେ ପ୍ରାୟ ୧୨ଟି ଛୋଟ ଛୋଟ ସ୍କୁଇଟ ରହିଥିଲେ । ଏହି ଜୀବ ଗୁଡିକ ମହିଳାଙ୍କ ପାଟିଭିତରେ ଲାଗି ରହିଥିଲେ । ଯାହା ଫଳରେ ମହିଳା ନିଜ ମୁଁହରେ ଏପରି ପରିବର୍ତ୍ତନ ଅନୁଭବ କରୁଥିଲେ ।
ବାସ୍ତବରେ ଖାଦ୍ୟ ପରସିବା ପୂର୍ବରୁ ରେଷ୍ଟୁରାଣ୍ଟରେ ସ୍କୁଇଟକୁ ଭଲଭାବରେ ସଫା କରିନଥିଲେ । ସ୍କୁଇଟର ପେଟକୁ ଭଲଭାବରେ ସଫା ନକରିବା ଫଳରେ ସ୍କୁଇଟ ପେଟରେ ଥିବା ଛୋଟ ଛୋଟ ଅଣ୍ଡା ମହିଳାଙ୍କ ପାଟିରେ ଫସି ରହିଥିଲା । ଯାହା ଫଳରେ ମହିଳା ଜଣଙ୍କୁ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ।