ପଞ୍ଚକୁଲାର ମହାଭାରତ: କୋର୍ଟ ରୁମରୁ ରାଜରାସ୍ତାର ହିଂସା ପର୍ଯ୍ୟନ୍ତ ପୂରା ଘଟଣାବଳୀ

30

କନକ ବ୍ୟୁରୋ : ଶେଷରେ ଦୋଷୀ ସାବ୍ୟସ୍ତ ହେଲେ ଆତ୍ମଘୋଷିତ ବାବା ରାମ ରହିମ । ଦୀର୍ଘ ୧୫ ବର୍ଷ ମାମଲାରେ ପଡିଲା ପୂର୍ଣ୍ଣଛେଦ । ଡେରା ସଚ୍ଚା ସୌଦା ସଂପ୍ରଦାୟର ପ୍ରମୁଖ ବାବା ରାମ ରହିମଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ଦୋଷୀ ସାବ୍ୟସ୍ତ କଲେ ପଞ୍ଚକୁଲା ସିବିଆଇ ସ୍ୱତନ୍ତ୍ର କୋର୍ଟ । ଆସନ୍ତା ୨୮ରେ ଏହି ମାମଲାରେ ଦଣ୍ଡବିଧାନ ଶୁଣାଇବେ ସିବିଆଇର ସ୍ୱତନ୍ତ୍ର କୋର୍ଟ । ୨୦୦୨ ମସିହାରେ ଆଶ୍ରମର ସାଧ୍ୱୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଧାରା ୩୭୬ , ଧାରା ୫୦୬, ଧାରା ୫୦୯ ଅନୁଯାୟୀ, ତାଙ୍କ ବିରୋଧରେ ମାମଲା ଚାଲିଥିଲା ।
କୋର୍ଟ ରୁମରୁ ହିଂସା ପର୍ଯ୍ୟନ୍ତ ପୂରା ଘଟଣାବଳୀ:
• ପୁଲିସ ସୁରକ୍ଷା ବଳୟ ମଧ୍ୟରେ ରାମ ରହିମଙ୍କୁ ସିରସାରୁ ପଞ୍ଚକୁଲା ଅଣାଗଲା
• ଅପରାହ୍ୱରେ ପଞ୍ଚକୁଲା ସିବିଆଇ ସ୍ୱତନ୍ତ୍ର କୋର୍ଟରେ ଶୁଣାଣି ଆରମ୍ଭ
• ସାଧ୍ୱୀଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ସିବିଆଇର ସ୍ୱତନ୍ତ୍ର କୋର୍ଟର ରାୟ
• ଋାମ ରହିମଙ୍କୁ ୩୭୬ ଧାରା ଅନୁଯାୟୀ ଦୋଷୀ ସାବ୍ୟସ୍ତ କଲେ ସିବିଆଇ କୋର୍ଟ
• ଆଗାମୀ ୨୮ ତାରିଖରେ ଏହି ମାମଲାରେ ଦଣ୍ଡବିଧାନ ଶୁଣାଇବେ ସ୍ୱତନ୍ତ୍ର କୋର୍ଟ
• ଡେରା ପ୍ରମୁଖ ରାମ ରହିମଙ୍କୁ ଗିରଫ କଲା ପୁଲିସ
• ପଞ୍ଚକୁଲା କୋର୍ଟ ପରିସରରେ ବାବାଙ୍କ ସମର୍ଥକ ଓ ପୁଲିସ ମୁହାଁମୁହିଁ
• ପଞ୍ଚକୁଲାରେ ସେନାର ଫ୍ଲାଗମାର୍ଚ୍ଚ
• ଉତ୍ତେଜନା ଶାନ୍ତ କରିବାକୁ ପୁଲିସର ଲୁହ ବୁହା ଗ୍ୟାସ ପ୍ରୟୋଗ
• ପଞ୍ଜାବର ଦୁଇଟି ରେଳ ଷ୍ଟେସନରେ ନିଆଁ ଲଗାଇଲେ ବାବାଙ୍କ ସମର୍ଥକ
• ଋାମରହିମଙ୍କ ଗିରଫ ପରେ ବିଭିନ୍ନ ସ୍ଥାନରେ ବାବାଙ୍କ ସମର୍ଥକଙ୍କ ପଥର ମାଡ
• ଦେଶରେ ବିଭିନ୍ନ ସ୍ଥାନରେ ରାମରହିମ ସମର୍ଥକଙ୍କ ଉନ୍ମତକାଣ୍ଡ
• ପଞ୍ଜାବର ତିନିଟିି ସ୍ଥାନରେ ଜାରି ହେଲା କଫ୍ୟୁ
• ପାୱାର ହାଉସ ଓ ସଙ୍ଗୁରର ତହସିଲ ଅଫିସରେ ନିଆଁ ଲଗାଇଲେ ବାବାଙ୍କ ସମର୍ଥକ
• ଋାମରହିମ ଗିରଫ ହେବା ପରେ ପରିସ୍ଥିତି ଅଣାୟତ୍ତ, ଜରୁରୀ ବୈଠକ ଡାକିଲେ ହରିୟାଣା ମୁଖ୍ୟମନ୍ତ୍ରୀ
• ରିବା ଏକ୍ସପ୍ରେସର ଦୁଇଟି ବଗିରେ ନିଆଁ ଲଗାଇଲେ ସମର୍ଥକ
• ଆନନ୍ଦବିହାରରେ ଟ୍ରେନରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକ
• ଦିଲ୍ଲୀର ୭ ଟି ସ୍ଥାନକୁ ବ୍ୟାପିଲା ହିଂସା, ୨ଟି ଡିଟିସି ବସ ପୋଡିଦେଲେ ଉତ୍ତ୍ୟକ୍ତ ଲୋକ
• ରାମରହିମଙ୍କ ସମସ୍ତ ସମ୍ପତି ଜବତ କରିବାକୁ ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶ
• ଡେରା ସମର୍ଥକଙ୍କ ହିଂସାରେ ରାଜ୍ୟରେ ହୋଇଥିବା କ୍ଷତି ବାବାଙ୍କ ସମ୍ପତି ବିକ୍ରି କରି ଭରଣା କରାଯିବା ନେଇ କୋର୍ଟ ଦେଲେ ନିର୍ଦ୍ଦେଶ
• ଡେରା ସମର୍ଥକଙ୍କ ହିଂସାରେ ମୃତ୍ୟୁ ସଂଖ୍ୟା ୨୮ରେ ପହଞ୍ଚିଲା
• ହିଂସାରେ ବଳି ପଡିଲା ଶିଶୁ
• ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କଲେ ଡେରା ସମର୍ଥକ
• ଦିଲ୍ଲୀ ଓ ହରିୟାଣାରେ ହାଇଆଲର୍ଟ
• ଋାମରହିମଙ୍କୁ ହେଲିକପ୍ଟରରେ ରୋହତକ ଜେଲକୁ ଅଣାଗଲା
• ହିଂସା ରୋକିବାକୁ ସିଆରପିଏଫର ୧୦ କମ୍ପାନି, ୬୦୦ ଯବାନ ଓ ହରିୟାଣା-ପଞ୍ଜାବ ପୁଲିସର ପ୍ରୟାସ ଜାରି
• ହିଂସାକାଣ୍ଡରେ ଶତାଧିକ ଆହତ
• ୩ ଜଣଙ୍କୁ ଗିରଫ କଲା ପୁଲିସ
• ୧୦୦୦ରୁ ଅଧିକ ରାମରହିମଙ୍କ ସମର୍ଥକଙ୍କୁ ଅଟକ ରଖିଛି ପୁଲିସ
• ଧୀରେ ଧୀରେ ଦେଶର ସମସ୍ତ ପ୍ରାନ୍ତକୁ ବ୍ୟାପୁଛି ହିଂସା
• ପୁରୀରେ ମଧ୍ୟ ପହଞ୍ଚିଲା ହିଂସାର ତାତି
• ଋାମରହିମଙ୍କ ଆଶ୍ରମର ଫାଟକ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକ
• ହରିୟାଣା ହିଂସାକୁ ନିନ୍ଦା କଲେ ରାଷ୍ଟ୍ରପତି
• ଶାନ୍ତି ପାଇଁ ଆହ୍ୱାନ ଦେଲେ ରାଷ୍ଟ୍ରପତି କୋବିନ୍ଦ