ପାକରେ ପଶି ମାର : ଉରି ଆକ୍ରମଣ ପରେ ଭାରତ ସରକାରଙ୍କୁ ବିଶେଷଜ୍ଞଙ୍କ ପରାମର୍ଶ

42

vlcsnap-2016-09-19-21h56m41s573କନକ ବ୍ୟୁରୋ : ଜମ୍ମୁ କାଶ୍ମିରରେ ଉରି ସେକ୍ଟରରେ ଏହି ଆତଙ୍କବାଦୀ ହମଲା ସାରା ଦେଶକୁ ଦୋହଲାଇ ଦେଇଛି । କାରଣ ଏହି ହମଲା କୈାଣସି ସାଧାରଣ ଘଟଣା ନଥିଲା । ସହିଦ ହୋଇଗଲେ ୧୮ ଜଣ ଯବାନ । ପଡୋଶୀ ପାକିସ୍ତାନ ସହାୟତାରେ ଜୈସ-ଇ-ମହମ୍ମଦ ନାମକ ଆତଙ୍କବାଦୀ ସଂଗଠନ ଏବେ ସବୁ ଭାରତୀୟଙ୍କୁ ପ୍ରତିଶୋଧ ପରାୟଣ କରି ଦେଇଛି ।

11ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ପାକିସ୍ତାନକୁ କିଭଳି ଜବାବ ଦିଆଯିବ ସେ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି । କହିଛନ୍ତି ଆକ୍ରମଣ ପଛରେ ଥିବା ଶକ୍ତିଙ୍କୁ ଉଚିତ୍ ଜବାଜ ଦିଆଯିବ । ଉରି ସେକ୍ଟରରେ ପାକ୍ ସମର୍ଥିତ ଆତଙ୍କବାଦୀଙ୍କ ଆକ୍ରମଣ ଜବାବ ଦେବାକୁ ସରକାରଙ୍କ ଉପରେ ଚାପ ବଢିଚାଲିଛି ।

ବିଶେଷଜ୍ଞଙ୍କ କହିବାନୁସାରେ ବର୍ତମାନ ଭାରତ ପାଖରେ ଏହାର ଜବାବ ଦେବାକୁ ବିକଳ୍ପ ରହିଛି । ପ୍ରଥମଟି ହେଉଛି ପାକ୍ ଅଧିକୃତ କାଶ୍ମିରରେ ଆତଙ୍କବାଦୀଙ୍କ ଶିବିର ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିବା । ଅର୍ଥାତ୍ ସୀମା ପାର କରି କେବଳ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣର ବିକଳ୍ପ ରହିଛି ।

12ସେହିପରି ଲାଇନ୍ ଅଫ୍ କଂଟ୍ରୋଲ ଅତିକ୍ରମ ନକରି ପାକିସ୍ତାନ ଆର୍ମି ପୋଷ୍ଟ ଉପରେ ଆଟିଲେରୀ ଓ ବାମାମାଡ । କିନ୍ତୁ ଭୟ ରହିଛି ଏହା ଏକ ଯୁଦ୍ଧ ପରିସ୍ଥିିତି ଆଡକୁ ଟାଣି ନେଇପାରେ । ବିଶେଷଜ୍ଞଙ୍କ କହିବାନୁସାରେ ସୁପସୋନିକ୍ ବ୍ରାହ୍ମୋସ୍ ମିଜାଇଲକୁ ମଧ୍ୟ ବ୍ୟବହାର କରାଯାଇପାରେ । ଏହାବାଦ୍ ମାଇରେଜ୍ -୨୦୦୦ ,ଜାଗୁଆରସୁଖୋଇ -୩୦ ଯୁ୍ଦ୍ଧ ବିମାନ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ବେଶ ଉପଯୋଗୀ ।