ଏଟିଏମ୍ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ! ଜାଣିନାହାନ୍ତି ଯଦି ଏହି ରିପୋର୍ଟ ଉପରେ ନଜର ବୁଲାଇ ଆଣନ୍ତୁ । 

31

ପ୍ରତିଦିନ ଟଙ୍କା ବାହାର କରିବା ପାଇଁ ଆମେ ଏଟିଏମର ବ୍ୟବହାର କରିଥାଉ । ଏଟିଏମ୍ ଯେମିତି ଆମ ଜୀବନର ଏକ ଆବଶ୍ୟକତା ହୋଇସାରିଛି । ଯଦି ଏଟିଏମକୁ ବାଦ ଦିଆଯାଏ ତେବେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । କିନ୍ତୁ ଏଟିଏମ ସମ୍ବଦ୍ଧୀୟ ଏହିଭଳି ବହୁତ କିଛି କଥା ରହିଛି ଯାହାକୁ ଆପଣ ମଧ୍ୟ ଜାଣିନଥିବେ । ତେବେ ଆସନ୍ତୁ ଏଭଳି କିଛି କଥା ବିଷୟରେ ଆଲୋଚନା କରିବା । ଏଟିଏମ୍ ଏକ ଟେଲି କମ୍ୟୁନିକେସନ ଡିଭାଇସ,ଯାହା ବିନା କ୍ୟାସିଅରର ବ୍ୟାଙ୍କ ଏବଂ ଗ୍ରାହକଙ୍କ ମଧ୍ୟରେ ଆର୍ଥିକ ଟ୍ରାଂଜାକ୍ସନ କରିଥାଏ । ଏହି କନସେପ୍ଟ ଉପରେ ପ୍ରଥମେ ଜାପାନରେ ମେସିନ ଲଗାଯାଇଥିଲା । ଏଟିଏମର ସମ୍ପୁର୍ଣ୍ଣ ଫର୍ମ ହେଉଛି ଅଟୋମେଟିକ୍ ଟେଲର ମେସିନ୍ । ଏଟିଏମ୍ ଏକ ଟାଟା ଟର୍ମିନାଲ ଯାହା ଏଟିଏମ୍ କଂଟ୍ରୋଲର ସହିତ ଯୋଡ଼ି ହୋଇ ରହିଥାଏ । ଏହା ଇଏଫଟିପିଓସ ସ୍ୱିଚ ନାମରେ ପରିଚିତ ।ଆରମ୍ଭରୁ ଏଟିଏମ୍ କେବଳ ଗୋଟିଏ ବ୍ୟାଙ୍କ ସହିତ ଯୋଡ଼ି ହୋଇ ରହିଥିଲା,ଯେଉଁଥିରେ ଗ୍ରାହକ କେବଳ ନିଜ ବ୍ୟାଙ୍କ୍ ମେସିନରୁ ଟଙ୍କା ବାହାର କରିପାରୁଥିଲେ । ଏହାପରେ ବ୍ୟାଙ୍କ୍ ଏକ କମ୍ପ୍ୟୁଟର ନେଟୱାର୍କ ପ୍ରସ୍ତୁତ କଲା । ଏହି ନେଟୱାର୍କ ସମସ୍ତ ବ୍ୟାଙ୍କ ସହିତ ଯୋଡ଼ି ହୋଇ ରହିଥାଏ । ଏହା ଇଫଟିପିଓସ ଟର୍ମିନାଲ ସହିତ ମଧ୍ୟ ଯୋଡ଼ି ହୋଇ ରହିଥାଏ । ଏହା ଦ୍ୱାରା ଯେକୌଣସି କାର୍ଡ଼ରେ ବସ୍ତୁ ଏବଂ ସେବା ନେବାର ସମସ୍ତ ସୂଚନା ପହଂଚିଥାଏ । ନେସନାଲ ଫାଇନାନସିଆଲ ସ୍ୱିଚ ବା ଏନଏଫଏସ ଭାରତର ସବୁଠାରୁ ବଡ଼ ଇଣ୍ଟବ୍ୟାଙ୍କ ନେଟୱାର୍କ । ଏହି ନେଟୱାର୍କରେ ପାଖାପାଖି ୨ ଲକ୍ଷ ଏଟିଏମ୍ ବା ୯୦ରୁ ଅଧିକ ବ୍ୟାଙ୍କ ଯୋଡ଼ି ହୋଇ ରହିଛନ୍ତି । ଏହା ବ୍ୟତୀତ କ୍ୟାଶନେଟ,ଇମିଡିଏଟ ପେମେଂଟ ସର୍ଭିସ ଆଦି ଅନ୍ୟ କେତେକ ନେଟୱାର୍କ ମଧ୍ୟ କାମ କରୁଛି । କାର୍ଡ଼ ଏସୋସିଏସନ କୌଣସି ବ୍ୟାଙ୍କର କାର୍ଡ଼ ପ୍ରୋଗ୍ରାମକୁ ଲାଇସେନ୍ସ ଦିଅନ୍ତି ଏବଂ ଭିନ୍ନ ଭିନ୍ନ ନେଟୱାର୍କରେ ଟ୍ରାଂଜାକ୍ସନ କରିବା ପାଇଁ ଟେକ୍ନୋଲୋଜି ଏବଂ ଆକସେସ ଦେଇଥାଏ । ଏହି ଆସୋସିଏସନ ନିଜ ମେମ୍ବର ବ୍ୟାଙ୍କ ପାଇଁ ଅଫସନାଲ ଫଙ୍କସନ ପାଇଁ କାମ କରିଥାଏ ।