ଦିଲ୍ଲୀ ହିଂସାକାଣ୍ଡ ନେଇ ସରକାରଙ୍କୁ ସୋନିଆଙ୍କ ଟାର୍ଗେଟ୍ ! ଅମିତ ଶାହାଙ୍କ ଇସ୍ତଫା କଲେ ଦାବି । କହିଲେ, ରବିବାରଠାରୁ କେଉଁଠି ଥିଲେ ଗୃହମନ୍ତ୍ରୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

501

କନକ ବ୍ୟୁରୋ : ଦିଲ୍ଲୀରେ ଜାରି ରହିଥିବା ହିଂସାକାଣ୍ଡକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରକୁ ୪ଟି ପ୍ରଶ୍ନ ପଚାରିଛନ୍ତି । ଏହା ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି ସୋନିଆ ଗାନ୍ଧୀ ।

ଦିଲ୍ଲୀ ହିଂସାକାଣ୍ଡ ପାଇଁ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରିଛନ୍ତି । ଗତ ରବିବାରଠାରୁ ଗୃହ ମନ୍ତ୍ରୀ ଅମିତ ଶାହା କେଉଁଠି ଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ସୋନିଆ । ଖାଲି ଗୃହ ମନ୍ତ୍ରୀ କାହିଁକି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୋନିଆ । ଏକ ସାମ୍ବାଦିକ ସମ୍ମିଳନୀରେ ସୋନିଆ ଦିଲ୍ଲୀ ହିଂସାକାଣ୍ଡ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ।