ସାବଧାନ ! ଆଦୌ କିଣନ୍ତୁ ନାହିଁ ଷ୍ଟିକର ଲାଗିଥିବା ଫଳ, ପେଟକୁ ଯିବା କ୍ଷଣି ସୃଷ୍ଟି କରୁଛି ବହୁ ମାରାତ୍ମକ ରୋଗ

248

ଯଦି ଆପଣ ଫଳ ଖାଇବାକୁ ଅଧିକ ପସନ୍ଦ କରନ୍ତି ତେବେ ଏହି ଖବରଟି ନିଶ୍ଚୟ ପଢନ୍ତୁ । ଯଦି ଆପଣ ବଜାରରେ ମିଳୁଥିବା ଷ୍ଟିକର ଲଗା ଫଳ ଏବଂ ପନିପରିବା କିଣୁଛନ୍ତି ତେବେ ତୁରନ୍ତ ବନ୍ଦ କରିଦିଅନ୍ତୁ । କାରଣ ଫୁଡ ପେଫ୍ଟି ଷ୍ଟାଣ୍ଡାଡ ଅର୍ଥରିଟି ଅଫ ଇଣ୍ଡିଆର କହିବା କଥା ହେଲା କି, ଷ୍ଟିକର ଲଗାଯାଇଥିବା ଫଳ ଏବଂ ପନିପରିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଅଟେ । ଖାଲି ଏତିକି ନୁହେଁ ଏଥିପାଇଁ ସଂସ୍ଥା ତରଫରୁ ଏକ ଆଡଭାଇଜରି ମଧ୍ୟ ଦିଆଯାଇଛି, ଯେଉଁଥିରେ ଗ୍ରାହକମାନେ କେଉଁ କେଉଁ ଫଳ କିଣିବା ଦରକାର ସେ ସଂପର୍କରେ ପରାମର୍ଶ ଦିଆଯାଇଛି ।

ଏଠାରେ ଆମେ କହି ରଖୁଛୁ କି, ଷ୍ଟିକରର ଗୁଣବତା ସହିତ କୌଣସି ସଂପର୍କ ନାହିଁ । ବରଂ ଏଥିରେ ଥିବା ଖତରନାକ କେମିକାଲ ଶରୀରକୁ ଅଧିକ କ୍ଷତି ପହଂଚାଇଥାଏ । ଅଧିକାଂଶ ସମୟରେ ଷ୍ଟିକରର ତଳ ଭାଗ ଅଂଶରେ ଫଳର ରଙ୍ଗ ଏବଂ ଗୁଣାବତା ବି ନଷ୍ଟ ହୋଇଯାଇଥାଏ । ବ୍ୟବସାୟୀଙ୍କୁ ବି ଫଳ କିମ୍ବା ବିଭିନ୍ନ ପନିପରିବା ଉପରେ ଏଭଳି ଷ୍ଟିକର ନଲଗାଇବାକୁ କୁହାଯାଇଛି । ଷ୍ଟିକର ଲଗାଇ ବ୍ରାଣ୍ଡର ନାଁ, ବେଷ୍ଟ କ୍ୱାଲିଟି, ଓକେ ଟେଷ୍ଟଡ କିମ୍ବା ପିଏଲୟୁ କୋର୍ଡ ଲେଖାଇବାର ଅନୁମତି ସରକାର ମଧ୍ୟ ଦେଇନାହାଁନ୍ତି ।

ଯେତେବେଳେ ଆମେ ଫଳ ଦୋକାନକୁ ଯାଉ, ଫଳ ଉପରେ କିଛି ନମ୍ବରର ଷ୍ଟିକର ଲଗାହୋଇଥିବା ଦେଖିବାକୁ ମିଳେ । କିନ୍ତୁ ଆମକୁ ସେହି ଷ୍ଟିକର୍ସ ର ଅର୍ଥ ଜଣା ନଥାଏ । ଜଣାଇଦେଉଛୁ ଯେ, ଏହି ଷ୍ଟିକର୍ସ ଉପରେ ଏକ କୋର୍ଡ୍ ଦିଆଯାଇଥାଏ, ଯାହାକୁ ପ୍ରାଇସ୍ ଲୁକ୍ ଅପ କୁହାଯାଏ । ଏହା ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଏହାର ଅର୍ଥ ବି ଭିନ୍ନ ଭିନ୍ନ ହୋଇଥାଏ ।

ସେହିପରି ଫଳଗୁଡିକର ଚମକ ଏବଂ ଫ୍ରେସନେସ ଆଣିବା ପାଇଁ ସେଗୁଡିକୁ ପଲିସି କରାଯାଇଥାଏ । ଅଧିକାଂଶ ଲୋକେ ତ ମିଠା ଅଏଲ, ମିନେରାଲ ଅଏଲ କପଡାରେ ନେଇ ସେଥିରେ ଫଳକୁ ବାରମ୍ବାର ଘଷିଥାନ୍ତି । ଏହାଦ୍ୱାରା ଫଳ ଗୁଡିକ ଅଧିକ ଆକର୍ଷଣୀୟ ଏବଂ ଚିକ୍ ଚିକ୍ କରିଥାଏ । ତେଣୁ ଅଧିକ ଚିକ୍ ଚିକ୍ କରୁଥିବା ଫଳଗୁଡିକ ଆଦୌ କିଣନ୍ତୁ ନାହିଁ ।

ସବୁବେଳେ ପ୍ରାକୃତିକ ଉପାୟରେ ପାଚି ଥିବା ଫଳ କିଣି ଖାଆନ୍ତୁ । କୃତ୍ରିମ ଉପାୟରେ ପଚା ଯାଇଥିବା ଫଳମୂଳ ଆଦୌ କିଣନ୍ତୁ ନାହିଁ । କାହିକି ନା ଏଥିରେ ମିଶିଥିବା କେମିକାଲ୍ ଶରୀରକୁ ବେଶି କ୍ଷତି ପହଂଚାଇଥାଏ ।

ଜାଣନ୍ତୁ ନମ୍ବରର ଅର୍ଥ : ଯେଉଁ ଫଳ ବା ପରିବା ଗୁଡିକରେ ୪ ଡିଜିଟ୍ ନମ୍ବର ଲେଖାଥାଏ । ଏହାର ଅର୍ଥ ଏହା ଯେ, ଏହାକୁ ବଢ଼ାଇବା ପାଇଁ ପାରମ୍ପରିକ କୀଟନାଶକର ରସାୟନ ବ୍ୟବହାର କରାଯାଇଛି । ଏହି ରାସାୟନିକ ପଦାର୍ଥ କ୍ଷତିକାରକ ଥାଏ । ଏହା ଆପଣଙ୍କ ଶରୀର ତଥା ଅନ୍ତନଳୀକୁ ବହୁତ କ୍ଷତି ପହଂଚାଇପାରେ ।

ଜାଣନ୍ତୁ ୫ ଡିଜିଟ୍ ନମ୍ବରର ଅର୍ଥ : ଯଦି କୈାଣସି ଫଳ ବା ପନିପରିବା ଉପରେ ୫ ଡିଜିଟ୍ ର ନମ୍ବର ଲେଖାହୋଇଥିବ ଏବଂ ୮ ନମ୍ବରରୁ ଆରମ୍ଭ ହେଉଥିବ, ତେବେ ତାହାର ଅର୍ଥ ଏହା ଯେ ଏହାକୁ ଜୈବିକ ରୂପେ ବୃଦ୍ଧି କରାଯାଇଛି ତଥା ଏହାକୁ ଆନୁବଂଶିକ ରୂପେ ରୂପାନ୍ତରିତ କରାଯାଇଛି । ଯଦି କୈାଣସି ଫଳ ବା ପରିବା ଉପରେ ଲାଗିିଥିବା ଷ୍ଟିକର ଉପରେ ୫ ଡିଜିଟ୍ ର କୋର୍ଡ୍ ଥିବ ଏବଂ ତାହା ୯ ନମ୍ବରରୁ ଆରମ୍ଭ ହେଉଥିବ, ତେବେ ତାହାର ଅର୍ଥ ହେଉଛି ଯେ ତାହାକୁ ଜୈବିକ ରୂପେ ଅମଳ କରାଯାଇଛି । କିନ୍ତୁ ତାହାକୁ ଆନୁବଂଶିକ ରୂପେ ରୂପାନ୍ତରିତ କରାଯାଇପାରିବନି ।