ଭାରତର ସବୁଠାରୁ ଶାନ୍ତ ସହର ଯେଉଁଠି ଚାଲେନି କୈାଣସି ଧର୍ମ, ଟଙ୍କା ଓ ସରକାର, ରହନ୍ତିି ୫୦ଟି ଦେଶର ଲୋକ

114

ଭାରତରେ ଏକ ଏମିତି ସହର, ଯେଉଁଠି ବସବାସ କରୁଥିବା ଲୋକ କୈାଣସି ଧର୍ମକୁ ମାନନ୍ତିନି, ନା କୈାଣସି ମୁଦ୍ରା ଚଳେ ଓ ସରକାର । ଶୁଣି କି ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବ, କିନ୍ତୁ ଏହା ସତ । ଏହି ସହରର ନାମ ‘ଅରୋଭିଲ୍’, ଯାହା ଚେନ୍ନାଇରୁ ୧୫୦ କିମି ଦୂରରେ ଅବସ୍ଥିତ । ଏହାର ସ୍ଥାପନା ୧୯୬୮ ମସିହାରେ ମୀରା ଅଲଫାଜୋ ନାମକ ଏକ ମହିଳା କରିଥିଲେ । ଏହି ସହରକୁ ‘ସିଟି ଅଫ୍ ଡନ୍’ ବି କୁହାଯାଏ । ଏହା ତାମିଲନାଡୁର ବିଲ୍ଲୁପୁରମ ଜିଲ୍ଲାରେ ଅବସ୍ଥିତ । ଏହି ସହରକୁ ଦୁନିଆରୁ ଭେଦଭାବକୁ ଦୂର କରିବା ପାଇଁ ନିର୍ମାଣ କରାଯାଇଛି । ଏଠି ୫୦ଟି ଦେଶରୁ ଲୋକ ଆସିକି ବସବାସ କରନ୍ତି । କେବଳ ଗୋଟିଏ ସର୍ତ୍ତ ଥାଏ କି, କେହି ମାଲିକ ହେବାକୁ ଚେଷ୍ଟା ନକରନ୍ତୁ । ଏଠି ସମସ୍ତଙ୍କୁ ସେବକ ଭାବେ ରହିବାକୁ ଥାଏ ।

ଏହି ସ୍ଥାନରେ ଲୋକ ନିଜ ଧର୍ମ ସହ ଜଡିତ ଠାକୁରଙ୍କୁ ପୂଜା କରନ୍ତିନି । ଏଠି ଆପଣଙ୍କୁ କୈାଣସି ମୂର୍ତ୍ତି କିମ୍ବା ଫଟୋ ମିଳିବନି । କିନ୍ତୁ ଏଠି ଏକ ଭବ୍ୟ ମନ୍ଦିର ନିଶ୍ଚୟ ଅଛି । ଲୋକମାନେ ଏଠି ଆସିକି ଯୋଗ କରନ୍ତି । ୟୁନେସ୍କୋ ବି ଏହି ସହରର ପ୍ରଶଂସା କରେ । ଏହା ଭାରତ ସରକାର ଦ୍ୱାରା ମାନ୍ୟତା ପ୍ରାପ୍ତ ସହର । ଏହାର ଜନସଂଖ୍ୟା ୨୪ ହଜାର । ମୀରା ଅଲଫାଜୋ ନାମକ ମହିଳା ୨୯ ମାର୍ଚ୍ଚରେ ପୁଡୁଚେରୀ ଆସିଥିଲେ । ଏହାପରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଜାପାନ ଚାଲିଯାଇଥିଲେ । ସେ ୧୯୨୦ ମସିହାରେ ପୁଣି ଆସିଥିଲେ ଓ ୧୯୨୪ରେ ଅରବିନ୍ଦ ସ୍ପିରିଚୁଆଲ ସଂସ୍ଥା ସହ ମିଶିଗଲେ । ଭାରତରେ ଲୋକ ତାଙ୍କୁ ମା’ କହି ଡାକନ୍ତି । ସେ ବର୍ଷ ୧୯୬୮ରେ ‘ଅରୋଭିଲୋ’ ସହରର ସ୍ଥାପନା କରିଥିଲେ ।

ଅରୋଭିଲୋର ଅର୍ଥ ଏକ ଏମିତି ବିଶ୍ୱବ୍ୟାପୀ ନଗରୀ ଯେଉଁଠି କି ସମସ୍ତେ ଆସି ରହିପାରିବେ । ଏଠି ସମସ୍ତ ଦେଶର ଲୋକ ଆସି ରହିପାରିବେ । ଏଠି ରହୁଥିବା ଲୋକ ରାଷ୍ଟ୍ରୀୟତା, ଜାତି, ଧର୍ମ ଠାରୁ ଉପରକୁ ଉଠି ରହନ୍ତି । ଏହାକୁ ସବୁଠାରୁ ଶାନ୍ତ ସହର ବି ମନାଯାଏ ।