ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘ ! ଏପର୍ଯ୍ୟନ୍ତ ଗ୍ରହଣ କରିନି ଖାଦ୍ୟ, ଶିକାର ପାଇଁ ଖୁଆଡରେ ଛଡାଯାଇଛି ଜଙ୍ଗଲି ବାରହା

53

କନକ ବ୍ୟୁରୋ: ମଧ୍ୟପ୍ରଦେଶର ମହାବଳ ବାଘ ସାତକୋଶିଆ ଅଭୟାରଣ୍ୟ ବୁଲାବୁଲି କରୁଛି । ଜଙ୍ଗଲରେ ବାଘ ବୁଲୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ତେବେ ଗତକାଲି ଠାରୁ ବାଘ ଖାଦ୍ୟ ଗ୍ରହଣ କରିନଥିବା ସୂଚନା ମିଳିଛି । ବାଘ ଖୁଆଡରେ ଏକ ଜଙ୍ଗଲି ବାରହାକୁ ଛାଡି ଦିଆଯାଇଛି । ଯଦି ବାଘ ବାରହାକୁ ନିଜେ ମାରିନଖାଏ, ତେବେ ବାରହାକୁ ମାରି ବାଘକୁ ଖାଇବାକୁ ମାଂସ ଦିଆଯିବ ବୋଲି ଜଣାପଡିଛି । ଅନ୍ୟପଟେ ବାଘ ଉପରେ ନଜର ରଖିଛନ୍ତି ୨ ଜଣ ପଶୁ ଡାକ୍ତର । ଖୁବ ଶୀଘ୍ର ମହାବଳକୁ ଜଙ୍ଗଲରେ ଛଡାଯିବ ବୋଲି ସୂଚନା ମିଳିଛି ।

ଗତକାଲି ବନବିଭାଗ କର୍ମଚାରୀ ଏହି ମହାବଳକୁ ଜଙ୍ଗଲରେ ଛାଡିଥିଲେ । ବାଘର ଗତିବିଧିକୁ ନିରୀକ୍ଷଣ କରିବା ପାଇଁ ରେଡିଓ କଲର ଲଗାଯାଇଛି । ତେବେ ପ୍ରଥମ ଥର ପାଇଁ ଭାରତରେ ମହାବଳ ବାଘକୁ ୨୪ ଘଂଟିଆ ଯାତ୍ରାରେ ସ୍ଥାନାନ୍ତର କରାଯାଇଛି । ଓଡିଶାର ସାତକୋଶିଆ ଜଙ୍ଗଲରେ ବାଘ ସଂଖ୍ୟା ବଢାଇବା ପାଇଁ ଏଭଳି ଏକ ବଡ ଧରଣର ପଦକ୍ଷେପ ନିଆଯାଇଛି ।

କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ପ୍ରଥମ ପର୍ଯ୍ୟାୟରେ ମହାବଳକୁ ଅଣାଯାଇଥିବା ବେଳେ ଦ୍ୱୀତୀୟ ପର୍ଯ୍ୟାୟରେ ଆଉ ୫ଟି ମହାବଳ ବାଘ ଅଣାଯିବ । ଦ୍ୱିତୀୟ ପର୍ଯ୍ୟାୟରେ କାହ୍ନା ଅଭୟାରଣ୍ୟରୁ ଏବଂ ୨ଟି ମହାବଳ ବାନ୍ଧବଗଡ ଟାଇଗର ରିଜର୍ଭରୁ ଆଉ ୩ଟି ମହାବଳ ବାଘ ଅଣାଯିବ ।