ଯାହାକୁ ରଖେ ଅନନ୍ତ… ତିନି ମହଲା ଘର ଉପରୁ ଖସି ପଡିଲା ଶିଶୁ, ଦେବଦୂତ ଭଳି ତଳେ ରହି ଧରି ନେଲେ ସ୍ଥାନୀୟ ଯୁବକ । ଦେଖନ୍ତୁ ଭିଡ଼ିଓ…

1,116

କନକ ବ୍ୟୁରୋ: ରଖେ ହରି ତ ମାରେ କିଏ । ଏହି ଉକ୍ତି ପୁଣି ଥରେ ସତ୍ୟ ପ୍ରମାଣିତ ହୋଇଛି । ତିନି ମହଲା କୋଠା ଉପରୁ ଖସି ପଡୁଥିବା ଦୁଇ ବର୍ଷର ଶିଶୁକୁ ଉଦ୍ଧାର କରିନେଇଛନ୍ତି ସ୍ଥାନୀୟ  ଯୁବକମାନେ । କେନ୍ଦ୍ରଶାସିତ ଅଂଚଳ ଡାମନ ଡିଉରେ ଏପରି ଏକ ଆଖି ଖୋସିଦେବା ଭଳି ଘଟଣା ଦେଖିବାକୁ ମିଳିଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ପୁରା ଫିଲ୍ମ ଭଳି ଲାଗୁଥିଲେ ବି ଏହି ଭିଡ଼ିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ତିନି ମହଲା ଘର ଉପରୁ ଶିଶୁଟି ଖସି ପଡୁଥିବା ବେଳେ ଦେବଦୂତ ଭଳି ତଳେ ରହି ସ୍ଥାନୀୟ  ଯୁବକମାନେ କଅଁଳ ଶିଶୁକୁ ଉଦ୍ଧାର କରିନେଇଛନ୍ତି । ତେବେ ଶିଶୁଟିକୁ କୌଣସି ପ୍ରକାର କ୍ଷତ କି ଆଘାତ ଲାଗିନଥିବା ସୂଚନା ମିଳିଛି ।