ପ୍ରେମକୁ ଭୂତ ଭାବୁଥିବା ଏକ ଅଦ୍ଭୁତ ମନ୍ଦିର ! ପ୍ରେମୀଯୁଗଳ ଯିବାପାଇଁ ପାଆନ୍ତିନି ସାହସ

68

କଥାରେ ଅଛି ପ୍ରେମ ମାନେ ଅନ୍ଧ, ଏବଂ ପ୍ରେମ କରିବା ମାନେ ଜଣେ ଜଣଙ୍କୁ ଅନ୍ଧ ଭାବରେ ଭଲପାଇବା ଏବଂ ତା ଉପରେ ନିଜଠାରୁ ମଧ୍ୟ ଅଧିକ ବିଶ୍ୱାସ କରିବା । କିନ୍ତୁ ଦୈ÷ନିକ ଖବର କାଗଜ “ଅମର ଉଜାଲା’ରେ ଏମିତି ଏକ ରୋଚକ ଖବର ପ୍ରକାଶିତ ହୋଇଛି ଯାହାକୁ ଶୁଣିଲେ ଦେହ ଏବଂ ମନ ଶିହରି ଉଠିବ ।

ଉତରପ୍ରଦେଶର ସହାରନପୁରରେ ଅବସ୍ଥିତ ହନୁମାନ ମନ୍ଦିରରେ ପ୍ରେମିକ ଏବଂ ପ୍ରେମିକାଙ୍କର ଭଲପାଇବାର ଭୂତକୁ ବାହାର କରିଦିଆଯାଇଥାଏ । ପ୍ରେମିକା କିମ୍ବା ପ୍ରେମୀ କେବେମଧ୍ୟ ସେଇ ମନ୍ଦିରକୁ ଯିବାର ସାହସ କରିପାରିବେ ନାହିଁ, ଏବଂ ତାଙ୍କ ମଧ୍ୟରେ ଏକ ଅଜଣା ଭୟ ସବୁବେଳେ ରହିବ । ଏହି ମନ୍ଦିରରେ ପ୍ରେମକୁ ଭୂତ ବୋଲି ଭାବି ପ୍ରେମିକ ଏବଂ ପ୍ରେମିକାର ମୁଣ୍ଡରୁ ପ୍ରେମକୁ  ବାହାର କରିଦିଆଯାଏ ।

ପ୍ରେମକୁ ରୋଗ ବୋଲି ଭାବି ଏହି ମନ୍ଦିରରେ ତାର ପ୍ରତିକାର ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥାଏ । ଏହି ମନ୍ଦିରକୁ ବହୁତ ଦୂରଦୂରାନ୍ତରୁ ଲୋକ ନିଜର ଜ୍ଞାତିକୁଟୁମ୍ବଙ୍କ ମୁଣ୍ଡରୁ ପ୍ରେମ ନାମକ ଭୂତକୁ ଦୂର କରିବା ପାଇଁ  ଆସିଥାନ୍ତି ।

ଶନିବାର ଏବଂ ମଙ୍ଗଳବାର ମନ୍ଦିରର ପୂଜକ ସ୍ୱତନ୍ତ୍ର ପୂଜାବିଧି କରିବା ସହିତ ପରିବାର ଲୋକଙ୍କୁ କିଛି ଉପାୟ ମଧ୍ୟ କହିଥାନ୍ତି ।

ଶୁଣାକଥା ହିସାବରେ ଏହିସବୁ ଉପାୟ କରିବା ଦ୍ୱାରା ପ୍ରେମିକ ଏବଂ ପ୍ରେମିକାଙ୍କ ମୁଣ୍ଡରୁ ଅତୁଟ ପ୍ରେମ ମଧ୍ୟ ବାହାରିଯାଇଥାଏ, ତେଣୁ ଏହି ମନ୍ଦିରକୁ ଯିବା ପାଇଁ ପ୍ରେମୀଯୁଗଳ ଭୟ ପାଇଥାନ୍ତି ।