ଛତିଶଗଡର ଏକ ମନ୍ଦିରରେ ଆରତୀ ସମୟରେ ସାମିଲ ହୁଅନ୍ତି ଭାଲୁ ! କାହାର କିଛି କ୍ଷତି ନକରି ପ୍ରସାଦ ଗ୍ରହଣ କରି ଫେରିଯାଆନ୍ତି ପାହାଡକୁ

47

ଛତିଶଗଡର ଘୁଞ୍ଚାପାଲି ସ୍ଥିତ ଚଣ୍ଡୀ ମନ୍ଦିରରେ ଦେଖିବାକୁ ମିଳୁଛି ଅଦ୍ଭୁତ ଦୃଶ୍ୟ,ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରିବେ ନାହିିଁ । ଏହି ମନ୍ଦିରକୁ ନିୟମିତ ରୂପେ ମାଙ୍କ ଦର୍ଶନ ପାଇଁ ଆସନ୍ତି ୩ ଟି ଭାଲୁ । ଶ୍ରଦ୍ଧାଳୁଙ୍କ ସହ ଏହି ଭାଲୁମାନେ ମାତାଙ୍କ ମନ୍ଦିରରେ ଆରତୀରେ ସାମିଲ ହେବା ପାଇଁ ଠିକ ସମୟରେ ପହଂଚି ଯାଆନ୍ତି ।  ନିୟମିତ ମନ୍ଦିରକୁ ଆସୁଥିିଲେ ହେଁ ଏହି ଭାଲୁମାନେ ଏଯାଏଁ କୌଣସି ଶ୍ରଦ୍ଧାଳୁଙ୍କୁ କ୍ଷତି ପହଞ୍ଚାଇ ନାହାନ୍ତି । ଏହାସହ ଏହି ଭାଲୁମାନେ ମା’ଙ୍କ ପ୍ରତି ଲୋକଙ୍କ ଧାର୍ମିକ ଆସ୍ଥାକୁ ବଢାଇବାରେ ସାହାଯ୍ୟ କରିଛନ୍ତି ।

ସଂନ୍ଧ୍ୟା ୬ଟା ପରେ ପାହାଡରୁ ଭାଲୁମାନେ ମନ୍ଦିର ପରିସରକୁ ଆସନ୍ତି । ମା’ଙ୍କ ଆରତୀ ସମୟରେ ଭାଲୁମାନେ ହାତ ଯୋଡିକି ଠିଆ ହେବାର ମଧ୍ୟ ଦେଖାଯାଏ । ଯେ ପର୍ଯ୍ୟନ୍ତ ମା’ଙ୍କର ଅରତୀ ଆରମ୍ଭ ହୋଇ ନଥାଏ ସେପର୍ଯ୍ୟନ୍ତ ସେମାନେ ମନ୍ଦିର ପରିସରରେ ଶୃଙ୍ଖଳା ସହ ଅପେକ୍ଷା କରିଥାଆନ୍ତି । କେବଳ ଏତିକି ନୁହଁ ଆରତୀ ପରେ ଭାଲୁମାନେ ମାଙ୍କ ମନ୍ଦିରର ପରିକ୍ରମା ମଧ୍ୟ କରିଥାଆନ୍ତି । ଆରତୀ ଶେଷ ହେବା ପରେ ପ୍ରସାଦ ଗ୍ରହଣ କରି ଭାଲୁମାନେ ପୁଣି ପାହାଡକୁ ଫେରିଯାଆନ୍ତି ।