ବିଜୁବାବୁଙ୍କ ଜୀବନୀ ପୁସ୍ତକ ‘ଦ ଟଲ୍ ମ୍ୟାନ୍ ’ : ଭୁବନେଶ୍ୱରରେ ଉନ୍ମୋଚନ , ମୁମ୍ବାଇରେ ଉପସ୍ଥାପନ

43

କନକ ବ୍ୟୁରୋ :  ବିଜୁବାବୁଙ୍କ ଜୀବନୀକୁ ନେଇ ଲିଖିତ ପୁସ୍ତକ ‘ଦ ଟଲ୍ ମ୍ୟାନ’ ଆଜି ମୁମ୍ବାଇରେ ଉପସ୍ଥାପନ ହୋଇଛି । ମୁମ୍ବାଇର ମନ୍ତ୍ରାଳୟ ନିକଟ ୟଶବନ୍ତରାଓ ଚଭନ ପ୍ରତିଷ୍ଠାନ ଅଡିଟୋରିୟମରେ ଏହି ଚର୍ଚ୍ଚିତ ପୁସ୍ତକଟିକୁ ଉପସ୍ଥାପନ କରାଯାଇଛି ।

ଏହି ପୁସ୍ତକ ‘ଦ ଟଲ୍ ମ୍ୟାନ’ ଉପସ୍ଥାପନ ସମାରୋହରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଏହାସହ ଏହି ସମାରୋହରେ ପ୍ରସିଦ୍ଧ ଭାରତୀୟ ବଂଶୀବାଦକ ପଦ୍ମବିଭୁଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆ , ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍ ର ଏମଡି ପଦ୍ମବିଭୁଷଣ ଡ. ରମାକାନ୍ତ ପଣ୍ଡା , ପୂର୍ବତନ ମୁମ୍ବାଇ ପୁଲିସ୍ କମିଶନର ଶ୍ରୀଯୁକ୍ତ ଅରୁପ ପଟ୍ଟନାୟକ ଓ ନିର୍ଦ୍ଦେଶକ , ଗ୍ଲୋବାଲ ଏଚଆର୍ ଆଣ୍ଡ ସିଇଓ ଆଦିତ୍ୟ ବିର୍ଲା ଗ୍ରୁପର ଡ. ଶନ୍ତୃପ୍ତ ବି. ମିିଶ୍ର ଆଦି ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ ।

ଏହି ପୁସ୍ତକ ‘ଦ ଟଲ୍ ମ୍ୟାନ୍ ’କୁ ସମୀକ୍ଷା କରିଥିଲେ ପ୍ରସିଦ୍ଧ ଲେଖକ  ସୁବ୍ରତ ବାଗଚୀ । ଏହି ବହିକୁ ଲେଖିଛନ୍ତି ସୁନ୍ଦର ଗଣେଶନ ।

ସୂଚନା ଅନୁସାରେ , ଗତ ଜାନୁୟାରୀ ୨୭ରେ ଏହି ପୁସ୍ତକ ‘ଦ ଟଲ୍ ମ୍ୟାନ୍ ’ ଭୁବନେଶ୍ୱରରେ ଉନ୍ମୋଚନ ହୋଇଥିଲା । ଆୟୋଜିତ ଭବ୍ୟ ସମାରୋହରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ା, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ସିପିଆଇ(ଏମ୍) ନେତା ସୀତାରାମ ୟେଚୁରୀଙ୍କ ଉପସ୍ଥିତିରେ ଏହି ପୁସ୍ତକ ଉନ୍ମୋଚନ ହୋଇଥିଲା । ଦି ଟଲ୍ ମ୍ୟାନ୍ ରିଲିଜ ପରେ ପୁଣି ଥରେ ବିଜୁ ପଟ୍ଟନାୟକଙ୍କ ବୀରତ୍ୱର କାହାଣୀ ଚର୍ଚ୍ଚାକୁ ଆସିଛି ।